Masthead

ସୋରରେ କୁମ୍ଭୀର ଆତଙ୍କ

ସୋର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ଅଞ୍ଚଳେରେ ଦେଖାଦେଇଛି କୁମ୍ଭୀର ଆତଙ୍କ । କେଦାରପୁର ପଂଚାୟତ ମଧ୍ୟଦେଇ ପ୍ରବାହିତ ହେଉଥିବା କାଂଶବାଂଶ ନଦୀରେ ଗୋଟିଏ କୁମ୍ଭୀରକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

କେଦାରପୁର ପଂଚାୟତ ବାଣିସିଆ କୁରୁବାଙ୍କ ନିକଟ କାଂଶବାଂଶ ନଦୀରେ ସ୍ଥାନୀୟ ଲୋକେ ଏକ କୁମ୍ଭୀର ଶୋଇଥିବା ଅବସ୍ଥାରେ ଦେଖିଥିଲେ। ପ୍ରଥମେ ଏହାକୁ ଏକ କାଠ ଗଡ଼ ଭାବି ନିକଟକୁ ଯାଉଥିବା ବେଳେ କୁମ୍ଭୀରଟି ହଠାତ ପାଣି ଭିତରକୁ ପସିଯିବାରୁ ଭୟଭିତ ହୋଇଯାଇଥିଲେ । ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଜଣାଇବା ସହିତ ଚାନ୍ଦିପୁର ବନଖଣ୍ଡ ଅଧିକାରୀ ଗଣେଶ ପ୍ରସାଦ ଲେଙ୍କାଙ୍କୁ ଯୋଗାଯୋଗ କରିଥିଲେ।

ତେବେ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ସହିତ କାଂଶବାଂଶ ନଦୀ ନିକଟକୁ ଯିବାକୁ ବାରଣ କରାଯାଇଥିଲା । ତେବେ ଏ ସଂପର୍କରେ ବନବିଭାଗ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା । ତେବେ କୁମ୍ଭୀରଟି ୮ଫୁଟରୁ ଉର୍ଦ୍ଧ୍ୱଲମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ