Masthead

ସୋରରେ କୁମ୍ଭୀର ଆତଙ୍କ

ସୋର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ଅଞ୍ଚଳେରେ ଦେଖାଦେଇଛି କୁମ୍ଭୀର ଆତଙ୍କ । କେଦାରପୁର ପଂଚାୟତ ମଧ୍ୟଦେଇ ପ୍ରବାହିତ ହେଉଥିବା କାଂଶବାଂଶ ନଦୀରେ ଗୋଟିଏ କୁମ୍ଭୀରକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

କେଦାରପୁର ପଂଚାୟତ ବାଣିସିଆ କୁରୁବାଙ୍କ ନିକଟ କାଂଶବାଂଶ ନଦୀରେ ସ୍ଥାନୀୟ ଲୋକେ ଏକ କୁମ୍ଭୀର ଶୋଇଥିବା ଅବସ୍ଥାରେ ଦେଖିଥିଲେ। ପ୍ରଥମେ ଏହାକୁ ଏକ କାଠ ଗଡ଼ ଭାବି ନିକଟକୁ ଯାଉଥିବା ବେଳେ କୁମ୍ଭୀରଟି ହଠାତ ପାଣି ଭିତରକୁ ପସିଯିବାରୁ ଭୟଭିତ ହୋଇଯାଇଥିଲେ । ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଜଣାଇବା ସହିତ ଚାନ୍ଦିପୁର ବନଖଣ୍ଡ ଅଧିକାରୀ ଗଣେଶ ପ୍ରସାଦ ଲେଙ୍କାଙ୍କୁ ଯୋଗାଯୋଗ କରିଥିଲେ।

ତେବେ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ସହିତ କାଂଶବାଂଶ ନଦୀ ନିକଟକୁ ଯିବାକୁ ବାରଣ କରାଯାଇଥିଲା । ତେବେ ଏ ସଂପର୍କରେ ବନବିଭାଗ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା । ତେବେ କୁମ୍ଭୀରଟି ୮ଫୁଟରୁ ଉର୍ଦ୍ଧ୍ୱଲମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ