ସ୍ୱାମୀ ସାଜିଲା ରାକ୍ଷାସ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ସ୍ୱାମୀ ସାଜିଲା ରାକ୍ଷାସ । ଭୁଲିଗଲା ମଣିଷ ପଣିଆ । ନିଜର ଜନ୍ମ କଲା ଝିଅ ଓ ସ୍ତ୍ରୀକୁ ବିଭତ୍ସଭାବେ ଫାର୍ସାରେ କଲା ଆକ୍ରମଣ । ପକାଇଲା ଚୋଟ ପରେ ଚୋଟ । ଫାର୍ସା ଚୋଟରେ ଉଭୟେ ମାଆ-ଝିଅ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁ ସହ ସେମାନେ କରୁନ୍ତି ସଂଗ୍ରାମ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଡିମିରିଆ ଗାଁରେ ।

ଅଭିଯୁକ୍ତ ହେଲେ ପ୍ରାଣବନ୍ଧୁ ରାଉତ । ପ୍ରାଣବନ୍ଧୁ କାମଧନ୍ଦା ନକରି ଘରେ ବସିବାରୁ ପ୍ରତିବାଦ କରିଥିଲା ଝିଅ । ଝିଅର କଥାରେ ରାଗିଯାଇଥିଲା ପ୍ରାଣବନ୍ଧୁ । ଫାର୍ସା ଚୋଟରେ ସ୍ତ୍ରୀ ମିନାକ୍ଷୀ ରାଉତ, ବଡଝିଅ ଅଞ୍ଜଳି ରାଉତ ଓ ସାନଝିଅ ମୋନାଲିସା ରାଉତକୁ ଫାର୍ସାରେ ପ୍ରାଣବନ୍ଧୁ କରିଥିଲା ଆକ୍ରମଣ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ପରେ ମିନାକ୍ଷୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଛି । ଆକ୍ରମଣ ପରେ ଅଭିଯୁକ୍ତ ପ୍ରାଣବନ୍ଧୁକୁ ଗ୍ରାମବାସୀ କାବୁକରି ଘରେ ବନ୍ଦି କରି ରଖିଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ପ୍ରାଣବନ୍ଧୁକୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’