Masthead

ସ୍ୱାମୀ ସାଜିଲା ରାକ୍ଷାସ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ସ୍ୱାମୀ ସାଜିଲା ରାକ୍ଷାସ । ଭୁଲିଗଲା ମଣିଷ ପଣିଆ । ନିଜର ଜନ୍ମ କଲା ଝିଅ ଓ ସ୍ତ୍ରୀକୁ ବିଭତ୍ସଭାବେ ଫାର୍ସାରେ କଲା ଆକ୍ରମଣ । ପକାଇଲା ଚୋଟ ପରେ ଚୋଟ । ଫାର୍ସା ଚୋଟରେ ଉଭୟେ ମାଆ-ଝିଅ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁ ସହ ସେମାନେ କରୁନ୍ତି ସଂଗ୍ରାମ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଡିମିରିଆ ଗାଁରେ ।

ଅଭିଯୁକ୍ତ ହେଲେ ପ୍ରାଣବନ୍ଧୁ ରାଉତ । ପ୍ରାଣବନ୍ଧୁ କାମଧନ୍ଦା ନକରି ଘରେ ବସିବାରୁ ପ୍ରତିବାଦ କରିଥିଲା ଝିଅ । ଝିଅର କଥାରେ ରାଗିଯାଇଥିଲା ପ୍ରାଣବନ୍ଧୁ । ଫାର୍ସା ଚୋଟରେ ସ୍ତ୍ରୀ ମିନାକ୍ଷୀ ରାଉତ, ବଡଝିଅ ଅଞ୍ଜଳି ରାଉତ ଓ ସାନଝିଅ ମୋନାଲିସା ରାଉତକୁ ଫାର୍ସାରେ ପ୍ରାଣବନ୍ଧୁ କରିଥିଲା ଆକ୍ରମଣ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ପରେ ମିନାକ୍ଷୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଛି । ଆକ୍ରମଣ ପରେ ଅଭିଯୁକ୍ତ ପ୍ରାଣବନ୍ଧୁକୁ ଗ୍ରାମବାସୀ କାବୁକରି ଘରେ ବନ୍ଦି କରି ରଖିଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ପ୍ରାଣବନ୍ଧୁକୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ