Masthead

କୀର୍ତ୍ତିଚକ୍ର ବିଜେତାଙ୍କୁ ମିଳିଲାନି ଜାଗା

ରାଜଗାଙ୍ଗପୁର (ବଡ଼ ଖବର ବ୍ୟୁରୋ): ସହିଦ ହେବାର ତିନି ବର୍ଷ ବିତି ଗଲାଣି କିନ୍ତୁ ରାଜ୍ୟ ସରକାର ଜାଗା ଖଣ୍ଡେ ଦେଇ ପାରିଲେ ନାହିଁ । ରାଜଗାଙ୍ଗପୁର ଲିପଲୋଇର ସିଆରପିଏଫ ବୀରଯବାନ ପ୍ରଦୀପ ପଣ୍ଡା ପୁଲୱାମାଠାରେ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଆତଙ୍କବାଦୀ ସହ ହୋଇଥିବା ସଙ୍ଘର୍ଷରେ ସହିଦ ହୋଇଥିଲେ । ବୀରତ୍ୱ ପାଇଁ ତାଙ୍କୁ କୀର୍ତ୍ତିଚକ୍ର ପ୍ରଦାନ କରାଯାଇଥିଲା । ସେ ସମୟରେ ସହିଦଙ୍କ ଧର୍ମପତ୍ନୀଙ୍କୁ ୪ଡିସମିଲ ଜମି ଖଣ୍ଡେ ପ୍ରଦାନ କରାଯାଇଥିଲା ।

ଦୁର୍ଭାଗ୍ୟର ବିଷୟ ଦୀର୍ଘ ତିନି ବର୍ଷ ବିତିଗଲାଣି କିନ୍ତୁ ତାଙ୍କୁ ତାହା ମିଳିପାରି ନାହିଁ । ପ୍ରଶାସନ ତରଫରୁ ରାଜଗାଙ୍ଗପୁର ସ୍ଥିତ ଖେଳ ପଡିଆଟିକୁ ସହିଦ ପ୍ରଦୀପ ପଣ୍ଡାଙ୍କ ନାମରେ ନାମିତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ତାହା ମଧ୍ୟ ହୋଇନାହିଁ । ଏହାକୁ ନେଇ ସହିଦଙ୍କ ପତ୍ନୀ ମିନତି ପଣ୍ଡା କ୍ଷୋଭ ପ୍ରକାଶ କରିବା ସହ ଯଥାଶୀଘ୍ର ଏହା ଉପରେ ଦୃଷ୍ଟି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏ ନେଇ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କାଙ୍କୁ ପଚାରିବାରୁ ସେ ଏ ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ