Masthead

ଆଫଗାନିସ୍ତାନରେ ସହଶିକ୍ଷାରେ କଟକଣା

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ତାଲିବାନର ବର୍ବରତା ବଢ଼ିଚାଲିଛି । ଭୟରରେ ଅନେକ ଦେଶବସୀ ଦେଶଛାଡ଼ି ଚାଲିଯାଉଛନ୍ତି । କିନ୍ତୁ ଏହାରି ଭିତରେ ଆସିଛି ତାଲିବାନୀଙ୍କ ଏକ ବଡ଼ ଘୋଷଣା । ଏବେ ମହିଳାଙ୍କୁ ପାଠପଢିବାର ମିଳିବ ସ୍ୱାଧିନତା । ତାଲିବାନର କାର୍ଯ୍ୟକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ହକାନୀ ମହିଳାମାନଙ୍କ ବିଷୟରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ତାଲିବାନ ଶାସନରେ ଝିଅମାନେ ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିବେ ।

କିନ୍ତୁ ପୁଅ ଏବଂ ଝିଅମାନଙ୍କର ଏକାଠି କ୍ଲାସ ଚାଲିବ ନାହିଁ । କେବଳ ସେତିକି ନୁହେଁ ମହିଳାମାନଙ୍କୁ ଅଧ୍ୟୟନ ପରେ କାମ କରିବାକୁ ମଧ୍ୟ ଅନୁମତି ଦିଆଯିବ । କାର୍ଯ୍ୟକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ହକାନୀ ଝିଅମାନଙ୍କର ଶିକ୍ଷା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନର ଲୋକମାନେ ଶାରିଆ ଆଇନ ଅନୁଯାୟୀ ଉଚ୍ଚଶିକ୍ଷା ଲାଭ କରିପାରିବେ । ବିଶ୍ୱବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଅଲଗା କ୍ଲାସ ଚାଲିବ ବୋଲି ସେ କହିଛନ୍ତି । ସେମାନଙ୍କୁ ପୁଅମାନଙ୍କ ସହିତ ଅଧ୍ୟୟନ କରିବାକୁ ଦିଆଯିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା