Masthead

ଲକ୍ଷ୍ନୌକୁ ୭ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ୱିକେଟ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥଲା ଲକ୍ଷ୍ନୌ । ୨୦ ଓଭରରେ ୫ ୱିକେଟ ହରାଇ ୧୯୬ ରନ୍‌ କରିଥିଲ ଲକ୍ଷ୍ମୌ। ଜବାବରେ ରାଜସ୍ଥାନ ୧୯ ଓଭରରେ ୩ ୱିକେଟ ହରାଇ ୧୯୯ ରନ୍‌ କରି ବିଜୟୀ ହୋଇଥିଲା। ଏହା ସହ ୯ ମ୍ୟାଚରୁ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଲକ୍ଷ୍ନୌ ୧୧ ରନ୍‌ରେ ୨ ୱିକେଟ ହରାଇଥିଲା। ତେବେ ଅଧିନାୟକ ଲୋକେଶ ରାହୁଲ(୭୬) ଓ ଦୀପକ ହୁଦା(୫୦) ଚମତ୍କାର ବ୍ୟାଟିଂ କରି ତୃତୀୟ ୱିକେଟରେ ୧୧୫ ରନ୍‌ ଯୋଡିଥିଲେ। ରାହୁଲ ୪୮ ବଲ୍‌ ଖେଳି ୮ ଚୌକା ଓ ୨ ଛକା ମାରିଥିଲେ। ଦୀପକ ୩୧ ବଲ୍‌ ଖେଳି ୭ ଚୌକା ସହ ୫୦ ରନ୍‌ କରିଥିଲେ।

ଶେଷ ଭାଗରେ ଆୟୁଷ ବଦୋନୀ ୧୮ ଓ କୃଣାଲ ପାଣ୍ଡ୍ୟା ୧୩ ରନ୍‌ କରିବାରୁ ଲକ୍ଷ୍ନୌ ୧୯୬ ରନରେ ପହଞ୍ଚିଥିଲା। ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା ୨, ଆଭେଶ ଖାନ, ରବିଚନ୍ଦ୍ରନ ଅଶ୍ୱିନ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୧୯୭ ରନ୍‌ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ପକ୍ଷରୁ ଯଶସ୍ବୀ ଜୟସ୍ବାଲ(୨୪) ଓ ଜୋଶ ବଟଲର(୩୪) ପ୍ରଥମ ୱିକେଟରେ ୬୦ ରନ୍‌ ଯୋଡିଥିଲେ। ୭୮ ରନ୍‌ରେ ତୃତୀୟ ୱିକେଟର ପତନ ପରେ ସଞ୍ଜୁ ସାମସନ୍‌ (୭୧) ଓ ଧ୍ରୁବ ଜୁରେଲ(୫୨) ଚତୁର୍ଥ ୱିକେଟରେ ଅବିଭାଜିତ ୧୧୮ ରନ୍‌ ଯୋଡିଥିଲେ। ଚଳିତ ସିଜନର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିବା ସାମସନ୍‌ ୩୩ ବଲ୍‌ ଖେଳି ୭ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଧ୍ରୁବ ଜୁରେଲ ୩୪ ବଲ୍‌ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ। ଲକ୍ଷ୍ନୌ ପକ୍ଷରୁ ମାର୍କସ୍‌ ଷ୍ଟୋଇନିସ୍‌, ଅମିତ ମିଶ୍ର ଓ ୟଶ ଠାକୁର ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା