Masthead

ମା’ଲୋ ଅମୃତ ଦୃଷ୍ଟିରେ ଚାହିଁଥା

କଟକ (ବଡ଼ ଖବର ବ୍ୟୁରୋ): ସରିଲା ଦଶହରା । ଏବେ ମାଆଙ୍କ ବିଦାୟ ବେଳା । ସୁଶୋଭିତ ମଣ୍ଡପରେ ତ ଦର୍ଶନ ମିଳିଲା ନାହିଁ, ଅନ୍ତିମ ବେଳାରେ ମଧ୍ୟ ଦର୍ଶନରୁ ବଞ୍ଚିତ ଭକ୍ତ । ହୃଦୟ ତା’ର କୋରି ହୋଇଯାଉଛି । ବୋହି ଯାଉଛି ଧାର ଧାର ଲୁହ । ବହୁ ଦୂରେ ହାତଯୋଡି ବିନତି ହେଉଛି ଭକ୍ତ । ପାଖକୁ ଯିବାକୁ ଇଚ୍ଛା ଓ ଶକ୍ତି ଥିଲେ ମଧ୍ୟ କରୋନା ପାଚେରି ସୃଷ୍ଟି କରିଛି ବିରାଟ ପ୍ରତିବନ୍ଧକ ।

ଭସାଣି ଆସିଲେ କାଠଯୋଡିର ଦେବୀଗଡ଼ା ଚଳଚଞ୍ଚଳ ହୋଇଉଠେ । ଏପରିକି ସୋରିଷ ପଡ଼ିବାକୁ ଜାଗା ରହେନି । ସେଇ ଦେବୀଗଡ଼ା ଆଜି ଖାଁ ଖାଁ । ଦେଖିବାକୁ ମିଳୁନାହିଁ ଭକ୍ତଙ୍କ ସମାଗମ । ପ୍ରତିବର୍ଷ ଦଶହରା ଭସାଣିରେ ଲାଇଟ୍ ଓ ସାଉଣ୍ଡରେ ଚାରିଆଡ଼ କମ୍ପିଉଠେ କଟକ ସହର । ସେଇ ସହର ଆଜି ନିସ୍ତବ୍ଧ । ସାହି ଓ ଗଳିରେ ଦେଖିବାକୁ ମିଳୁନି ମା’ଙ୍କୁ ବନ୍ଦାପନାର ଦୃଶ୍ୟ । ନା ଅଛି ଭକ୍ତଙ୍କ ହୁଳହୁଳି ନା ହରିବୋଲ ଧ୍ୱନି ।

ଆଜି ଦେବୀଗଡାରେ ଦେଖିବାକୁ ମିଳୁନାହିଁ କୌଣସି ଛୋଟମୋଟ ବ୍ୟବସାୟ । ଗତକାଲି ୨୬ମୂର୍ତ୍ତି ବିସର୍ଜିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଦେବୀଗଡାରେ ୧୫ଟି ମେଢ ବିସର୍ଜିତ ହୋଇଥିଲେ । କୃତ୍ରିମ ଜଳାଶୟରେ ପ୍ରାୟ ୫ ରୁ ୭ ଟି ଲେଖାଏଁ ମୂର୍ତ୍ତି ବିସର୍ଜିତ ହୋଇଛନ୍ତି ।
କରୋନା କଟକଣା ଯୋଗୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତତ୍ପର ହୋଇଉଠିଛି । ପୂଜା ମଣ୍ଡପଗୁଡିକରେ ନିୟୋଜିତ ହୋଇଛନ୍ତି ପୋଲିସ । ପୋଲିସ ଉପସ୍ଥିତିରେ ଚାଲିଛି ଭସାଣି । ଗୋଡେ ଗୋଡେ ଜଗିଛି ପୋଲିସ । ପୂଜା ମଣ୍ଡପଠାରୁ କୃତ୍ରିମ ଜଳାଶୟ ପର୍ୟ୍ୟନ୍ତ ସବୁଠି ପୋଲିସ । କଟକ ଡ଼ିସିପି ପ୍ରତୀକ ସିଂହ କହିଛନ୍ତି ଭସାଣି ପାଇଁ କଟକ ସହରେ ନିୟୋଜିତ ହୋଇଛନ୍ତି ୩୦ ପ୍ଲାଟୁନ ଫୋର୍ସ ସହିତ ୧୦୦ଜଣ ଅଫିସର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ