Masthead

ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚାକିରି ନେଇଯିବାର ଧମକ ଦେଇ ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ। ପ୍ରତିବାଦ କରିବାରୁ ସ୍ୱାମୀଙ୍କୁ ମାଡ ମରିଛି ଅଭିଯୁକ୍ତ । ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ଖୋଦ ରାଜଧାନୀ ଭୂବନେଶ୍ୱରରେ । ଘଟଣାର ଦୁଇଦିନ ପରେ ଆଜି ପଦାକୁ ଆସିଛି ଖବର । ମାଷ୍ଟରକ୍ୟାଣ୍ଟି ନିକଟରେ ଥିବା ଏକ ଢାବାରେ ଦୀର୍ଘଦିନ ହେବ ପୀଡ଼ିତା ଓ ତାଙ୍କ ସ୍ୱାମୀ କାମ କରୁଥିଲେ । ଢାବା ମ୍ୟାନେଜର ସୁକାନ୍ତ ପିଡିତା ମହିଳାଙ୍କ ଉପରେ ଦୀର୍ଘଦିନ ହେବ ଆଖି ପକାଇଥିଲେ । ଶନିବାର ଢାବାରେ କେହି ନଥିବା ସୁଯୋଗ ନେଇ ସୁକାନ୍ତ ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ତେବେ ଏହି ସମୟରେ ବାହାରକୁ ଯାଇଥିବା ପୀଡିତାଙ୍କ ସ୍ୱାମୀ ଫେରି ଆସିବା ସହ ପ୍ରତିବାଦ କରିବାରୁ ସୁକାନ୍ତ ତାଙ୍କୁ ମାଡ଼ ମରିଥିଲେ । ଘଟଣା ସମ୍ପର୍କରେ କାହା ଆଗରେ ପାଟି ଖୋଲିଲେ ଚାକିରିରୁ ବିଦା କରିଦେବାର ଧମକ ଦେଇଥିଲେ । ଚାକିରି ଚାଲିଯିବା ଭୟରେ ଏହି ଦମ୍ପତି ଚୁପଚାପ ରହିଯାଇଥିଲେ । ଘଟଣାର ଆପୋସ ସମାଧାନ ପାଇଁ ଦମ୍ପତିଙ୍କ ପାଖକୁ ସୁକାନ୍ତ କିଛି ଲୋକଙ୍କୁ ପଠାଇଥିଲେ ।

ତେବେ କୌଣଷି ସୁତ୍ରରୁ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଢାବାରେ ଚଢଉ କରି ସୁକାନ୍ତକୁ ଗିରଫ କରିଛି । ପୋଲିସ ପୀଡିତାଙ୍କ ଡାକ୍ତରୀମାଇନା ମଧ୍ୟ କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ