Masthead

ପ୍ରେମିକା ପୋଷାକ ପିନ୍ଧି ପରୀକ୍ଷା ଦେଉଥିଲା ପ୍ରେମିକ, ୩ ଦିନ ପରେ ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ପ୍ରେମିକା ପରୀକ୍ଷାରେ ଫେଲ ହୋଇଯିବ ବୋଲି ପ୍ରେମିକ ଯୁବତୀ ପୋଷାକ ପିନ୍ଧି ପରୀକ୍ଷାକେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଉଥିଲା। ୩ ଦିନ ପରୀକ୍ଷା ଦେବାପରେ ଜଣାପଡିଲା ଅସଲ ସତ। ଏମିତି ଘଟଣା ଘଟିଛି ଗେଷ୍ଟନ ବର୍ଜନ ବିଶ୍ବବିଦ୍ୟାଳୟରେ। ଜଣେ ଛାତ୍ର ମହିଳାଙ୍କ ଭଳି ବେଶ ଧାରଣ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିବା ଜଣାପଡ଼ିଥିଲା। ଉକ୍ତ ଛାତ୍ରଙ୍କ ନାମ ଖାଦିମ ମ୍ବୋପ।

ଖାଦିମ ମ୍ବୋପଙ୍କୁ ତାଙ୍କ ପ୍ରେମିକା କାଳେ ପରୀକ୍ଷାରେ ଫେଲ ହୋଇଯିବ ସେହି ଭୟ ରହିଥିଲା। ସେ କିପରି ପରୀକ୍ଷାରେ ତାଙ୍କ ପ୍ରେମିକାଙ୍କୁ ପାସ କରିବେ ସେ ଚିନ୍ତାରେ ରହିଥିଲେ ଏବଂ ଏହାରି ଭିତରେ ସେ ଏକ ଉପାୟ ଆପଣାଇଥିଲେ। ନିଜ ପ୍ରେମିକାଙ୍କ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ୩ ପରୀକ୍ଷା ଦେବା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରର ନୀରିକ୍ଷକ ଖାଦିମ ମ୍ବୋପଙ୍କୁ ଦେଖି ସନ୍ଦେହ କରିଥିଲେ। ଏହାପରେ ଯାଞ୍ଚ କରିବାରୁ ସତ ସାମ୍ନକୁ ଆସିଥିଲା। ତେବେ ପରୀକ୍ଷା ନୀରିକ୍ଷକ ଏହି ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ-ଯୁବତୀଙ୍କୁ ଧରି ଥାନାକୁ ନେଇ ପଚାରଉଚରା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା