Masthead

ଗଣଦୁଷ୍କର୍ମ ମାମଲା, ପୋକ୍ସୋ ଆକ୍ଟରେ ମାମଲା ରୁଜୁ

କଟକ (ବଡ଼ ଖବର ବ୍ୟୁରୋ): କଟକ ଗଣଦୁଷ୍କର୍ମ ଘଟଣା ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ମାନବିକତାରେ କଳଙ୍କ ବୋଳି ଦେଇଛି ଏଇ ବହୁ ଚର୍ଚ୍ଚିତ ଘଟଣା । ୨୨ ଦିନଧରି ଏକ ଚିକେନ୍ ଦୋକାନରେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ମଣିଷ ରୂପେ ରାକ୍ଷାସମାନେ । କଟକ ସଦର ଗତିରାଉତ ପାଟଣା ରାସ୍ତାକଡରେ ଥିବା ଏକ କୁକୁଡା କଟା ଦୋକାନରେ କାମନା ଲୋଭୀ ନରରାକ୍ଷାସମାନେ ନାବାଳିକା ଝୁଣି ଖାଇଗଲେ । ମାତ୍ର କେହି କିଛି ଜାଣିପାରିଲେନି । କଟକ-ପାରାଦୀପ ରାସ୍ତା ଗତିରାଉଡପାଟଣା ବଜାରର ସମ୍ପୂର୍ଣ୍ଣ ରାସ୍ତାକଡ଼ରେ ଏଭଳି ଘଟଣା ସମସ୍ତଙ୍କୁ ଆବାକ୍ କରିଦେଇଛି । ସାଧାରଣରେ ପ୍ରଶ୍ନ ହେଉଛି ପୋଲିସ କିମ୍ବା ପ୍ରଭାବଶାଳୀ ଲୋକଙ୍କ ଜ୍ଞାତସାରରେ ଏହା ଘଟୁନଥିଲା ତ !

ତିର୍ତ୍ତୋଳ ଅଞ୍ଚଳର ଜଣେ ନାବାଳିକା (୧୫) କୌଣସି କାରଣରୁ ରାଗିି ଘରୁ ପଳେଇ ଆସିଥିଲେ । କଟକରେ ତାଙ୍କ ଉଉଣୀ ଘରେ ରହି ପୁଣି ନିଜଘରକୁ ଫେରିବା ପାଇଁ କଟକ ଓଏମ୍ପି ଛକରେ ଗାଡିକୁ ଅପେକ୍ଷା କରିଥିଲେ । ଠିକ୍ ସେହି ସମୟରେ ଉକ୍ତ କାମନା ପିପାସୁ ଯୁବକ ନାବାଳିକାଙ୍କ ପାଖରେ ପହଞ୍ଚି ତାଙ୍କୁ ଭୂଆଁ ବୁଲାଇ ପ୍ରଥମେ ବାଦାମବାଡି ଓ ପରେ ଗତିରାଉତପାଟଣାକୁ ନେଇ ଆସିଥିଲେ । ସେହିଦିନଠୁ ନାବାଳିକାକୁ ଏକ ଚିକେନ୍ ଦୋକାନରେ ନଜରବନ୍ଦୀ ରଖି କଳକ୍ରାର କରି ଚାଲିଥିଲେ । କୌଣସି ସୂତ୍ରରୁ ଖବର ପାଇ ସୋମବାର ବିଳମ୍ବିତ ରାତିରେ କଟକ ଚାଇଲ୍ଡ ହେଲ୍ପ ଲାଇନ ଟିମ୍ ଉକ୍ତ ସ୍ଥାନରୁ ପୀଡ଼ିତାଙ୍କୁ ଉଦ୍ଧାର କରି ଚାଉଳିଆଗଞ୍ଜ ଥାନାକୁ ହସ୍ତାନ୍ତର କରିଥିଲେ ।

ପୀଡିତାଙ୍କ ବୟାନ ରେକର୍ଡରୁ ଏବେ ସୁଦ୍ଧା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଗତିରାଉତପାଟଣାର ଟିକି ଓରଫ ସନ୍ତୋଷ ବେହେରା ଓ ରାକା ଓରଫ ରାକେଶ ରାଉତ । ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଖୋଳତାଡ କରୁଛି ସ୍ୱତନ୍ତ୍ର ପୋଲିସ ଟିମ୍ । ଏହାସହ ପୀଡିତାଙ୍କୁ ବସୁନ୍ଧରା ଚାଇଲ୍ଡ ନାଇନରେ ରଖାଯାଇଛି ବୋଲି କହିଛନ୍ତି କଟକ ଡିସିପି । ତେଣେ ଘଟଣାର ପ୍ରକୃତ ରହସ୍ୟ ଉପରୁ ପରଦା ହଟାଇବାକୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା