Masthead

ଇସ୍ରାଏଲୀ ଦ୍ୱାରା ଗୁଇନ୍ଦାଗିରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ, ବିଚାରପତିଙ୍କ ଫୋନ୍ ହ୍ୟାକ୍ । ଇସ୍ରାଏଲୀ ସଂସ୍ଥା ପକ୍ଷରୁ ଏଭଳି ଗୁଇନ୍ଦାଗିରି କରାଯାଇଛି । ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବର ହ୍ୟାକ୍ କରାଯାଇଛି । ସେମାନଙ୍କ ମଧ୍ୟରେ ମୋଦି ସରକାରରେ ଥିବା ଦୁଇ ଜଣ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ତିନି ଜଣ ନେତା ଏବଂ ସାମ୍ବାଦିକ । ‘ଦ ୱାୟର’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲୀ ସଂସ୍ଥା ଏଭଳି ଫୋନ୍ ହ୍ୟାକ୍ କରିଛି, ତାହା ଜଣାପଡ଼ି ନାହିଁ।

ତେବେ କେନ୍ଦ୍ର ସରକାର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ରିପୋର୍ଟ ମୁତାବକ ଇସ୍ରାଏଲୀ ସଂସ୍ଥା ସ୍ପାଏୱେର୍‌ ପେଗାସସ୍‌ ପକ୍ଷରୁ ଏଭଳି ଗୁଇନ୍ଦାଗରି କରାଯାଇଛି। ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ୍ ସଂକ୍ରାନ୍ତ ତଥ୍ୟ (କଲ୍, ମେସେ‌ଜ, ହ୍ବାଟସଆପ୍ ) ଏହାର ଡାଟାବେସରେ ରହିଛି। ଯେଉଁମାନଙ୍କର ଫୋନ୍ ନମ୍ବର ଅନ୍ୟ ତଥ୍ୟ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ, ବିରୋଧୀ ଦଳର ତିନି ଜଣ ନେତା, ସୁପ୍ରିମ କୋର୍ଟର ବିଚାରପତି, ୫୦ରୁ ଅଧିକ ସାମ୍ବାଦିକ, ବ୍ୟବସାୟୀ, ସରକାରୀ ଅଧିକାରୀ, ବୈଜ୍ଞାନିକ, ଆଇନଜୀବୀ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା।

ତାଲିକାରେ ୩୦୦ରୁ ଅଧିକ ଭାରତୀୟ ମୋବାଇଲ ନମ୍ବର ରହିଛି। ହିନ୍ଦୁସ୍ତାନ ଟାଇମ୍ସ, ଇଣ୍ଡିଆ ଟୁଡେ, ନେଟୱାର୍କ ୧୮, ଦ ହିନ୍ଦୁ ଏବଂ ଇଣ୍ଡିଆନ ଏକ୍ସପ୍ରେସ ସମେତ ବଡ଼ ଗଣମାଧ୍ୟମର ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଛି। ପେଗାସସ୍‌କୁ ମାଧ୍ୟମରେ ଭାରତର କୌଣସି ସରକାରୀ ସଂସ୍ଥା ଏଭଳି ଗୁଇନ୍ଦାଗିରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। କିନ୍ତୁ ସରକାର ଏହାର ଖଣ୍ଡନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି ହ୍ୟାକିଂ ପ୍ରକ୍ରିୟାରେ ସରକାର ଆଦୌ ସାମିଲ ନାହାନ୍ତି ଏବଂ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ