Masthead

‘ଆସୁଛି ବାତ୍ୟା ମିଗଜାଉଂ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଆସୁଛି ବାତ୍ୟା ଭୟ। ରାଜ୍ୟକୁ ଘାରିଛି ବାତ୍ୟାର ଭୟ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀକୂଳ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ବାତ୍ୟାକୁ ନେଇ ଛନକା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ସାଗରରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି ।

ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଚି। ସମୁଦ୍ର ଭିତରେ ଆାସନ୍ତା ୧ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ମିଗଜାଉଂ’ ରଖାଯିବ । ମିଆାଁମାରର ପ୍ରସ୍ତାବ ଅନୁସାରେ ଏହି ବାତ୍ୟାର ନାମକରଣ ଏପରି କରାଯାଇଛି । ଆାଇଏମଡିର ଜିଏଫଏସ ମଡ଼େଲ ଅନୁସାରେ ବାତ୍ୟା ‘ମିଗଜାଉଂ’ ଆାହୁରି ଘନୀଭୂତ ହୋଇ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ଉତ୍ତର ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ ଏହି ସିଷ୍ଟମ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି ।

ଡିସେମ୍ବର ୫ ତାରିଖ ବେଳକୁ ‘ମିଗଜାଉଂ’ ଉତ୍ତର ଆାନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜିଏଫଏସ ମଡ଼େଲ ଆାକଳନ କରିଛି । ସେହିପରି ଇସିଏମ ମଡେଲର ଆାକଳନ ଅନୁସାରେ ଏହି ସିଷ୍ଟମ ଡିସେମ୍ବର ୨ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ‘ମିଗଜାଉଂ’ ୬ ତାରିଖରେ ଉତ୍ତର ଆାନ୍ଧ୍ର ପ୍ରେଦଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ମଡ଼େଲକୁ ତର୍ଜମା କରି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉଂ’ ସୃଷ୍ଟି ହେବ ବୋଲି ଆାକଳନ କରିଛି । ଏହି ସମୟରେ ସମୁଦ୍ର ଭିତରେ ପବନର ଗତି ୬୦ ରୁ ୭୦ କିମି ଓ ସ୍ଥଳ ବିଶେଷରେ ୮୦ କିମି ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ