Masthead

ଜାଣନ୍ତୁ ନବୀନଙ୍କ ସମ୍ପତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ପତ୍ତି ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି । ସମ୍ପତ୍ତିର ଆନୁମାନିକ ମୂଲ୍ୟ ୪୩.୩୬ କୋଟି ଟଙ୍କା ରହିଛି । ଏହି ତାଲିକା ସିଏମ୍ଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ନବୀନ ନିବାସ ଘର ଆନୁମାନିକ ମୂଲ୍ୟ ୯.୫୨ କୋଟି ରହିଛି । ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ ଟି ବ୍ୟାଙ୍କ ଆକାଉଂଟ ରହିଛି ।

ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା  । ଏହି ବ୍ୟାଙ୍କର ଟର୍ମ ଡିପୋଜିଟ୍ ଅଛି ଏକ କୋଟି ୩ ଲକ୍ଷ ୧୩ ହଜାର ୪୯୯ । ଏହାସହ ଦିଲ୍ଲୀର ପାର୍ଲାମେଂଟ ହାଉସ ଏସବିଆଇ ଶାଖାରେ ଅଛି ଏକ ହଜାର ୮ ଶହ ୧୮ ଟଙ୍କା । ଅନ୍ୟପଟେ ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା । ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା । ନିର୍ବାଚନ ଉଦ୍ଦେଶ୍ୟରେ ଏହାକୁ ୨୦୧୪ ମସିହାରେ ଖୋଲାଯାଇଥିଲା ।

ଏହି ଶାଖାରେ ହିଁ ଅନ୍ୟ ଏକ ଆକାଉଂଟରେ ୧୩ ହଜାର ୧୧୮ ଟଙ୍କା ଅଛି । ଏହା ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିଲା । ସେହିଭଳି ବରଗଡ ଏସବିଆଇ ଶାଖାରେ ୩୭ ହଜାର ଟଙ୍କା ଅଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା ରହିଛି । ତାଙ୍କ ପାଖରେ ଥିବା ୧୯୮୦ ମସିହାର ଆମ୍ବାସଡର କାରର ମୂଲ୍ୟ ପ୍ରାୟ ୮ ହଜାର ୯ ଶହ ୫ ଟଙ୍କା । ସେହିଭଳି ଦିଲ୍ଲୀ ଫରିଦାବାଦରେ ଥିବା ଜମି ବିକ୍ରି ଲାଗି ନବୀନ ଅଗ୍ରୀମ ଆଣିଛନ୍ତି ୧ କୋଟି ୨୫ ଲକ୍ଷ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ