Masthead

ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା, ସନ୍ଦେହ ଘେରରେ ବାର୍ କର୍ମଚାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ଆତ୍ମହତ୍ୟା ନା ହତ୍ୟା ବଢୁଛି ସନେ୍ଦହ । ୧୦ ଜଣଙ୍କୁ ପୋଲିସ କରୁଛି ଜେରା । ସନ୍ଦେହ ଘେରରେ ଅଛନ୍ତି ବାର୍ କର୍ମଚାରୀ । କମଳା ନେହେରୁ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ସନ୍ଦେହଘେରରେ କିଛି ବାର କର୍ମଚାରୀ ଅଛନ୍ତି ।

ଯୁବତୀଙ୍କୁ କେହି ହୋଟେଲ ଡାକିଥିଲେ ନାଁ ସେ ନିଜେ ଏଠାକୁ ଆସିଥିଲେ ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ସିଡିଆର ରିପୋର୍ଟ ଆସିବା ପରେ କିଛି ସୁରାକ ମିଳିପାରେ ପୋଲିସକୁ । ଶନିବାର ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ । ଝିଅର ମୃତ୍ୟୁ ପରେ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ