Masthead

ଜାତୀୟ ହସ୍ତତନ୍ତ ଦିବସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ । ଚଳିତ ବର୍ଷ ୯ମ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଏ । ଏହା ଦ୍ୱାରା ଆମ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର ହୋଇଥାଏ । ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶରେ ହସ୍ତତନ୍ତ ସମ୍ପ୍ରଦାୟକୁ ଉତ୍ସାହିତ କରିବା । ଜାତୀୟ ହସ୍ତତନ୍ତ ଦିବସ ଭାରତୀୟ ବସ୍ତ୍ରର ଉତ୍କର୍ଷତାକୁ ସୂଚିତ କରେ । କାରିଗରମାନଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁ ଦେଶ ମଧ୍ୟ ଅର୍ଥନୀତିରେ ଅଭିବୃଦ୍ଧି କରିଛି ।

ହସ୍ତତନ୍ତ ଶିଳ୍ପର ଉତ୍ପାଦନ ଓ ଏହାର ବିକାଶ ପାଇଁ ଆନୁଷଙ୍ଗିକ ପରମ୍ପରାକୁ ରକ୍ଷା କରିବା ଏହି ଦିବସର ଲକ୍ଷ୍ୟ ଅଟେ । ଜାତୀୟ ହସ୍ତତନ୍ତ ଦିବସ ପ୍ରଥମେ ୨୦୧୫ରେ ପାଳନ କରାଯାଇଥିଲା । ଏହାକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇରେ ଉଦଘାଟନ କରିଥିଲେ । ୧୯୦୫ରେ କଲିକତାରେ କାର୍ଯ୍ୟକାରୀ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକର ପ୍ରଭାବକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତରେ ନିର୍ମିତ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଇଁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ବ୍ରିଟିଶ ଶାସନ ସମୟରେ ଏହା ଭାରତର ସ୍ୱାଧୀନତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ହସ୍ତତନ୍ତ ଦିବସ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ମଣ୍ଡପରେ ଜାତୀୟ ହସ୍ତତନ୍ଦ ଦିବସ ଉତ୍ସବରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ଭାରତୀୟ ବସ୍ତ୍ର ଓ ଶିଳ୍ପକୋଷର ଇ-ପୋର୍ଟାଲକୁ ଶୁଭାରମ୍ଭ କରିବେ । ଯାହା ହସ୍ତତନ୍ତ ଓ କାରିଗରୀର ଏକ ଭଣ୍ଡାର । ଏହାକୁ ଜାତୀୟ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠାନ ଦ୍ୱାରା ବିକଶିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ଅନେକ ହସ୍ତତନ୍ତ କାରିଗର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ କାରିଗର ଏବଂ କଳାକାର ମାନଙ୍କୁ ସର୍ବଦା ଉତ୍ସାହିତ କରିବା ସହ ନୀତିଗତ ସମର୍ଥନ ପ୍ରଦାନ କରିଆସିଛନ୍ତି । ଯେଉଁମାନେ ଦେଶର ସମୃଦ୍ଧ ପରମ୍ପରା ଏବଂ କଳାକାରିଗରୀକୁ ବଞ୍ଚାଇ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ