Masthead

ଓଲାରେ ଡେଡ୍ ବଡି

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ବାଲେଶ୍ୱରର ଯୁବତୀଙ୍କୁ ହତ୍ୟା କଲେ ଭୁବନେଶ୍ୱରରେ, ଫିଙ୍ଗିଲେ ଗଞ୍ଜାମରେ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳ ଛକରେ । ସେହି ହତ୍ୟା ଘଟଣାରେ ଆଜି ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାର ତଦନ୍ତ କରିବା ପାଇଁ ଭଞ୍ଜନଗର ଏସଡିପିଓଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ମୃତ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୋଲିସ ୧୦୦୦ରୁ ଅଧିକ ହ୍ୱାର୍ଟସଆପ ନମ୍ବରକୁ ଯୁବତୀଙ୍କ ଫୋଟ ଛାଡିଥିଲା । ଯୁବତୀ ବାଲେଶ୍ୱରରୁ ଆସି ଭୁବନେଶ୍ୱର ଭରତପୁରରେ ଜଣେ ବ୍ୟବସାୟୀଙ୍କ ଘରେ ସହାୟିକା କାର୍ଯ୍ୟ କରୁଥିଲେ । ଅଧିକ ଘର କାମ କରିବାକୁ ବାଧ୍ୟ କରୁଥିଲେ ଘର ମାଲିକ । ଯୁବତୀ କାମ କରିବା ପାଇଁ ରାଜି ହୋଇ ନଥିଲେ ।

ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ଦମ୍ପତି । ନିର୍ଯ୍ୟାତନା ସମୟରେ ଝିଅର ମୃତ୍ୟୁ ହୋଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଏକ ଓଲା କାର ବ୍ୟବହାର କରି ଭୂଷଣ୍ଡପାଳ ଛକରେ ଝିଅର ଶବକୁ ଫୋପାଡି ଦେଇଥିଲେ । ମୃତ ଯୁବତୀର ପରିଚୟ ମିଳିବା ପରେ ତା ବାପାଙ୍କୁ ଡକାଇ ଶବର ଫୋଟଗୁଡିକୁ ଦେଖାଇବା ପରେ ଶବ ଚିହ୍ନଟ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଦମ୍ପତ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦମ୍ପତ୍ତି ହେଲେ ମାନସ ରଞ୍ଜନ ପାଇକରାୟ ଓ ସରୋଜିନୀ ସାହୁ । ସେମାନଙ୍କଠୁ ୬ଟି ମୋବାଇଲ ଓ ଓଲା କାରକୁ ଜବତ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ