Before Header

ଏଲଓସିରେ ଡ୍ରୋନ ଖସାଇଲେ ସୁରକ୍ଷାକର୍ମୀ

0 42

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଲଓସିର ବେରୀ ପଟନ ଓ ସିଓଟ ଅଞ୍ଚଳରେ ଉଡୁଥିବା ସନ୍ଦିଗ୍ଧ ଡ୍ରୋନକୁ ଖସାଇଛନ୍ତି ସୁରକ୍ଷାକର୍ମୀ । ଏଲଓସିରେ ଉତ୍ତେଜନା ପାଇଁ ଚକ୍ରାନ୍ତ୍ର କରୁଛି ପାକ୍ । ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ବେରୀ ପଟନ ଓ ସିଓଟ ଅଞ୍ଚଳରେ ଉଡୁଥିବା ସନ୍ଦିଗ୍ଧ ଡ୍ରୋନକୁ ଖସାଇଛନ୍ତି ସୁରକ୍ଷାକର୍ମୀ । ଡ୍ରୋନରୁ ୫ଟି ଲୋଡେଡ ମାଗାଜିନ, ଟଙ୍କା ଓ କିଛି ପ୍ୟାକେଟ ଜବତ ହୋଇଛି ।

ସୀମାଞ୍ଚଳରେ କିଛି ସନ୍ଦିଗ୍ଧ ବସ୍ତୁ ଉଡୁଥିବା ଜଣାପଡ଼ିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏବେବି ଆଖପାଖ ଗାଁରେ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ବୋଲି ସେନା କହିଛି ।

Leave A Reply

Your email address will not be published.