Masthead

ଗୃହ ଅଚଳ ପଛରେ ଡିଲ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନା ପ୍ରଶ୍ନ କାଳ, ନା ଶୂନ୍ୟ କାଳ। ମୌସୁମୀ ଅଧିବେଶନ ପୁରା ଅଚଳ। ଲାଗତାର ତିନି ଦିନ ଧରି ଅଚଳ ଗୃହ କାର୍ୟ୍ୟ। ଗୃହ ଅଚଳ ପଛରେ ଡିଲ। ଗୃହ କାର୍ଯ୍ୟ ଚଳେଇ ନ ଦେବା ପାଇଁ ଫିକ୍ସିଂ ହୋଇଛି। ବଜେପି ଆଣିଛି ଏଭଳି ସାଂଘାତିକ ଅଭିଯୋଗ। ବିଜେପିର ଏଭଳି ଅଭିଯୋଗ ପରେ ଉଠିଛି ଅନେକ ପ୍ରଶ୍ନ। କିଏ କରୁଛି ଡିଲ? କିଏ କରୁଛି ଫିକ୍ସିଂ ?

ମୌସୁମୀ ଅଧିବେଶନର ପ୍ରଥମ ଦିନ ମରୁଡି ପ୍ରସଙ୍ଗ ହୋ ହାଲା ଭିତରେ ଧୋଇ ଗଲା। ଦ୍ଵିତୀୟ ଦିନ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିରୋଧୀ ବିଜେପି ଗୃହକୁ ହୁଲୁସ୍ତୁଲ କଲା। ଆଉ ତୃତୀୟ ଦିନ ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକସନ କମିଶନର ମହାଦୁର୍ନୀତି ପ୍ରସଙ୍ଗ ଉଠାଇଲେ। ପୁରା ଦିନ ମୁଲତବୀରେ କଟିଲା। ଯାହାକୁ ନେଇ ବିଜେପିର ଅଭିଯୋଗ।

ଶାସକ ବିଜେଡି ଏବଂ କଂଗ୍ରେସ ଭିତରେ ଡିଲ ହୋଇଛି। ଗୃହରେ ଆଲୋଚନା ହେଲେ ଶାସକ ବିଜେଡି ଅକଳରେ ପଡିବ। ବିଜେଡି ବିରୋଧରେ ମାଳ ମାଳ ପ୍ରସଙ୍ଗ। ସେଥିରୁ ବର୍ତ୍ତିବା ପାଇଁ ବିଜେଡି କଂଗ୍ରେସ ସହ ଡିଲ କରିଛି। ଉଭୟ ଦଳ ଭିତରେ ବୁଝମଣା ହୋଇଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ଅଭିଯୋଗ କରିଛନ୍ତି ।

ସେପଟେ କଂଗ୍ରେସ ବିଜେପିକୁ କାଉଣ୍ଟର କରିଛି। ବିଲେଇ – ମୁଷା ଉପାଖ୍ୟାନ କହି କଂଗ୍ରେସ ବିଧାୟକ ତାରାପ୍ରାସଦ ବାହିନୀପତି ବଜେପିକୁ କଟାକ୍ଷ କରିଛନ୍ତି। ଗତକାଲି ବିଜେପି ପ୍ରତାପ ଜେନା ପ୍ରସଙ୍ଗ ଉଠାଇ ଗୃହରେ ଫ୍ଲାଗ କାର୍ଡ ଧରି ପ୍ରଦର୍ଶନ କରୁଥିଲେ। ଆଜି କାହିଁକି ଚୁପ ବସିଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତାରା । ମୂଷା ବିଳେଇକୁ ଦେଖି ଯେମତି ଲୁଚି ଚୁପ ହୋଇ ବସେ। ସେମିତି ଆଜି ପ୍ରତାପ ଜେନାଙ୍କ ପ୍ରସଙ୍ଗରେ ବିଜେପି ଲୁଚି ବସିଛି। ଏଥିରୁ ଜଣା ପଡୁଛି ବିଜେଡି ଓ ବିଜେପି ଡିଲ ହୋଇଛି। ସେମାନେ ଭାଇ ଭାଇ । କଂଗ୍ରେସ କାହା ସହିତ ନାହିଁ ।

ଏହାର ଜବାବରେ ବିଜେଡି କହିଛି। ବିରୋଧୀ ବିଜେପି ଏବଂ କଂଗ୍ରେସ ଗୃହରେ ବାଗୁଡି ଖେଳ ଖେଳୁଛନ୍ତି ବୋଲି କଟାକ୍ଷ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ରଜ୍ୟବାସୀଙ୍କ ସ୍ୱାର୍ଥ ଥିବା ପ୍ରସଙ୍ଗ ନ ଉଠାଇ। କେବଳ ଆପରାଧିକ ପ୍ରସଙ୍ଗ ଉଠାଉଛନ୍ତି। ଡିଲ ରାଜନୀତିକୁ ନେଇ ଗୃହରେ ତାତି। କଂଗ୍ରେସ, ବିଜେପି ଏବଂ ବିଜେଡି ଫିକ୍ସିଂ କଥା କହୁଛି। ବିଜେପି କହୁଛି କଂଗ୍ରେସ ଏବଂ ବିଜେଡି ଭିତରେ ହୋଇଛି ଡିଲ। ଗୃହରେ ହୋଇପାରୁନି ଆଲୋଚନା । ଯାହା ଏବେ ଶାସକ ଦଳ ବିଜୁ ଜନତା ଦଳକୁ ସୁହାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ