Masthead

ପିଶାଚର ପର୍ଦ୍ଦାଫାସ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେମିତି ହୋଇଥିଲା ପରୀର ହତ୍ୟା ? କେମିତି ଧରା ପଡିଲା ଅଭିଯୁକ୍ତ ? କଣ ଥିଲା ହତ୍ୟା ପଛର କାରଣ ? ଏସବୁ ଉପରୁ ପରଦା ହଟାଇଛି ଏସଆଇଟି । ଅଶ୍ଳୀଳ ଭିଡିଓ ଦେଖାରୁ ଏଭଳି ଜଘନ୍ୟା କାଣ୍ଡ ଘଟିଥିବା ସାମ୍ନାକୁ ଆସିଛି । ପରୀର ହତ୍ୟା ପରେ ତାହାର ମୃତଦେହ ସହ ବି ଅଭିଯୁକ୍ତ ସରୋଜ ସେଠୀ ଦୁଷ୍କର୍ମ ଉଦ୍ୟମ କରିଥିବା କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ପ୍ରଥମେ ଦୁଷ୍କର୍ମ ଉଦ୍ୟମ । ବାଧା ଦେବାରୁ ହତ୍ୟା । ପୁଣି ମୃତଦେହ ସହ ବି ଦୁଷ୍କର୍ମ । ଏଭଳି ଲୋମହର୍ଷଣକାରୀ, ଛାତିଥରା, ଜଘନ୍ୟ ଅପରାଧ ଘଟିଥିଲା ନୟାଗଡର ୫ ବର୍ଷର ଝିଅ ପରୀ ସହ । ଆଉ ଅପରାଧୀ ହେଉଛି ପରୀ ଘରଠୁ ମାତ୍ର ୨୦୦ ମିଟର ଦୂରରେ ରହୁଥିବା କଲେଜ ଛାତ୍ର ସରୋଜ ସେଠୀ । ଏଭଳି ଖୁଲାସା କରିଛନ୍ତି ଘଟଣାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏକ ପ୍ରେସମିଟରେ ପରୀ ହତ୍ୟା ପଛର କାରଣ ଓ ସରୋଜକୁ ଧରିବା ପଛର ସନ୍ଦେହର ଗୋଟି ଗୋଟି ଚିତ୍ର ଥୋଇଛନ୍ତି ଅରୁଣ । ଅଭିଯୁକ୍ତ ହତ୍ୟାର ପୂର୍ବ ଦିନ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିଛି । ଯାହାର ମାନସିକ ସ୍ଥିତିକୁ ନଷ୍ଟ କରିଛି । ନିଜ ଯୌନ ପିପାସା ମେଂଟାଇବାକୁ ପିଶାଚ ଆଖି ପଡିଛି ଘର ପାଖ ୫ ବର୍ଷର କୁନି ପିଲା ପରୀ ଉପରେ ।

ଜାମୁକୋଳି ଖାଇବାକୁ ଯାଇଥିବା ପରୀକୁ ଘରକୁ ଡାକିଛି । ତାହାର ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରିଛି । ପରୀ ଚିତ୍କାର
କରିବାରୁ ତାହାର ତଂଟିଚିପି ହତ୍ୟା କରିଛି । ଆଉ ଏହାପରେ ଶବ ସହ ବି ଦୁଷ୍କର୍ମ କରିବାକୁ ଅଭିଯୁକ୍ତ ପଛାଇ ନାହିଁ ବୋଲି ଅରୁଣ ବୋଥ୍ରା କହିଛନ୍ତି । ମୃତଦେହକୁ ଅଖାରେ ପୂରାଇ ଫିଙ୍ଗି ଦେଇଥିଲା ସରୋଜ ।୫ ମାସ ତଳର ହତ୍ୟା ଘଟଣାରେ କାହିଁକି ସରୋଜ ଉପରେ ସନ୍ଦେହ କଲା ଏସଆଇଟି । ହତ୍ୟା ଦିନ ଯଦୁପୁର ଗାଁର ସମସ୍ତଙ୍କ ଘରେ କିଏ କିଏ ଥିଲେ ତାହାର ତଦନ୍ତ କରାଯାଉଥିଲା । ସମସ୍ତଙ୍କ ଘରେ ଏକାଧିକ ଲୋକ ଥିବା ବେଳେ ସେଦିନ ସରୋଜଙ୍କ ଘରେ ଏକା ସରୋଜ ଥିଲା । ମୋବାଇଲ ଯାଂଚ ବେଳେ ସେ ଭଉଣୀ ମୋବାଇଲରେ ଶିଶୁ ଦୁଷ୍କର୍ମ, ହତ୍ୟା ସଂପର୍କିତ ଖବରକୁ ଗୁଗୁଲରେ ଅନେକ ଥର ସର୍ଚ୍ଚ କରିଥିବା ଜାଣିବାକୁ ପାଇଥିଲା ଏସଆଇଟି । ଅନ୍ୟପକ୍ଷରେ, ଯେଉଁମାନଙ୍କ ଉପରେ ସନ୍ଦେହ ଥିଲା, ସମସ୍ତେ ପଲିଗ୍ରାଫ ପାଇଁ ରାଜି ହୋଇଥିବା ବେଳେ କେବଳ ସରୋଜ ହିଁ ପ୍ରଥମେ ଅରାଜି ହୋଇଥିଲା । ଯାହା ସରୋଜ ଉପରେ ସନ୍ଦେହକୁ ବଢାଇଥିଲା । ତେବେ ଏହି ଘଟଣାରେ କେହି ଆଇ ୱିଟନେସ ନ ଥିବା ଅରୁଣ ସ୍ପଷ୍ଟ କରିଛନ୍ତି । ସେଥିଲାଗି ଅଧିକ ପ୍ରମାଣ ଯୋଗାଡ ଚାଲିଛି । ଆଉ କିଏ ସଂପୃକ୍ତ ଅଛନ୍ତି କି, ସେ ବିଷୟରେ ମଧ୍ୟ ତଦନ୍ତ ଜାରି ରହିଛି ।

ପରୀର ଲେଗିନ୍ସ ପୋଖରୀରେ ଥିବା ସନ୍ଦେହ କରୁଛି ଏସଆଇଟି । ସେଥିଲାଗି ପରୀର ମୃତଦେହ ଯେଉଁ ପୋଖରୀ ନିକଟରୁ ମିଳିଥିଲା, ସେହି ପୋଖରୀକୁ ଶୁଖାଇ ଅଧିକ ତଦନ୍ତ କରୁଛି ଏସଆଇଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ