Masthead

ନୂଆଁଖାଇ ସଜବାଜ

ସୋନପୁର(ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ଗଲେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ । ନୁଆଁଖାଇରେ ଚାଷୀ ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ସମର୍ପଣ କରିବା ପରେ ନିଜେ ନିଜେ ଖାଇଥାନ୍ତି। ହେଲେ ଚଳିତ ବର୍ଷ ସାରା ପଶ୍ଚିମ ଓଡ଼ିଶାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମରୁଡିର ଆଶଙ୍କା ଦେଖୁଥିବା ବେଳେ ନୁଆଁଖାଇ ପାଇଁ ପ୍ରସ୍ତୁତ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ସାରର ଅଭାବି ବିକ୍ରି ଓ ଜଳସେଚନର ଅସୁବିଧା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପରମ୍ପରା କ୍ରମେ ଏହି ପର୍ବ ପାଳନ କରିବାକୁ ଚାଷୀ ପ୍ରସ୍ତୁତ ହେଉଥିଲେ ହେଁ ମରୁଡି ଆଶଙ୍କାରେ ସେତେଟା ଉତ୍ସାହ ଦେଖାଯାଉନାହିଁ ଚାଷି ।

ନୂଆ ଭାବେ ଅମଳ କରାଯାଇଥିବା ଧାନରୁ ପ୍ରସ୍ତୁତ ହେବ ଅରୁଆ ଚାଉଳ, ଚୁଡା, ଖିରି ବ୍ୟଞ୍ଜନ ଆଦି ଅନେକ କିଛି । ଆଉ ଏସବୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହୁଏ ସରିଆଁ ଧାନ । କିନ୍ତୁ ଏଥର ଅନିୟମିତ ଓ ସ୍ବଳ୍ପ ବୃଷ୍ଟି ପାଇଁ ଧାନ କିଆରି ଗୁଡିକରେ ସରିଆଁ ଧାନ ଦେଖିବାକୁ ମିଳୁନାହିଁ । ବିଶେଷକରି ଜିଲ୍ଲାର ଅଣ ଜଳସେଚିତ ଉଲୁଣ୍ଡା, ବୀରମହାରାଜପୁର, ସଦର ସୋନପୁର ଓ ତରଭା ଆଦି ବ୍ଲକର ଚାଷ ଜମି ଗୁଡିକରେ ସରିଆଁ ଧାନ ସଂଗ୍ରହ ହୋଇ ଜିଲ୍ଲାର ଆବଶ୍ୟକତା ପୂରଣ କରିଥାଏ। ଜଳସେଚିତ ବରଗଡ ଓ ସମ୍ବଲପୁର ଅଞ୍ଚଳକୁ ଏହି ଧାନ ରପ୍ତାନି କରାଯାଇଥାଏ । ହେଲେ ଏଥର ସରିଆଁ ଧାନ ନାହିଁ । ଫଳରେ ବିଧି ରକ୍ଷା ପାଇଁ କେଣ୍ଡାଏ ଦୁଇ କେଣ୍ଡା ସରିଆଁ ଧାନ ବ୍ୟବହାର କରି ପରମ୍ପରାକୁ ବଜାୟ ରଖିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା