ଦେଵଗଡ଼(ବଡ଼ ଖବର ବ୍ୟୁରୋ): ଦେଵଗଡ଼ ରାଣୀଙ୍କୁ ବିରୋଧ କଲେ ଦେବଗଡ଼ ଗାଁ ଲୋକେ । ଦେବଗଡ଼ ବିଜେଡି ପ୍ରାର୍ଥୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ଦେବଗଡ଼ ରିଆମାଳ ବ୍ଲକ ଖରିପାଲି ଗାଁରେ ବିରୋଧ କରିଛନ୍ତି । ନୀତେଶ ଗଙ୍ଗଦେବ ଏମଏଲ କି ଏମପି ଥିବା ବେଳେ ଥରେ ହେଲେ ଗାଁ କୁ ଆସିନାହାନ୍ତି ଏବେ କ’ଣ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ । କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଅରୁନ୍ଧତୀ କୁମାରୀ ଦେବୀ । ଗୋଟିଏ ଦିନ ପରେ ବିଜେଡିରୁ ଦେବଗଡ଼ ଟିକେଟ ବି ମିଳିଥିଲା । ହେଲେ ଗାଁର ସମସ୍ୟାର ସମାଧାନ ନ ହେବାରୁ ରାଣୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ବିରୋଧ କରଛନ୍ତି ।