Masthead

ଡରରେ ଇସ୍ତଫା ଦେଉଛନ୍ତି ପାକିସ୍ତାନୀ ସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ସେନାକୁ ପାକିସ୍ତାନୀ ସେନାର ଭୟ । ଏବେ ଠୁ ମାଟି କାମୁଡିଲେଣି ପାକିସ୍ତାନୀ ସେନା । ଭୟରେ ଦେଉଛନ୍ତି ଇସ୍ତଫା । କାଳେ ଯୁଦ୍ଧ ହେବ ସେଥିପାଇଁ ଡରରେ ସାମୁହିକ ଭାବେ ଇସ୍ତଫା ଦେଲେ ଶହ ଶହ ପାକ୍ ସୈନିକ। କିଛି ଅଫିସର ଓ ସୈନ୍ୟ ନିଜର ସୀମାନ୍ତ ପୋଷ୍ଟ ଛାଡି ପଳାଇଛନ୍ତି । ପାକିସ୍ତାନୀ ସେନା ପକ୍ଷରୁ ଅଫିସର ଓ ସୈନ୍ୟଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏକ ଚିଠିରୁ ଏକଥା ସ୍ପଷ୍ଟ ଭାବେ ଜଣାପଡିଛି ।

ରିପୋର୍ଟ ଅନୁସାରେ ଗତ ଦୁଇଦିନ ଭିତରେ ପାକିସ୍ତାନ ସେନାର ୨୫୦ ଜଣ ଅଫିସର ଓ ୪,୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି । ଏପରିକି କେତେକ ସୀମାନ୍ତ ପୋଷ୍ଟକୁ ଛାଡି ସେନା ଅଫିସର ଓ ସୈନ୍ୟମାନେ ନିଜ ଘରକୁ ପଳାଇଛନ୍ତି । ସେମାନେ ନିଜକୁ ସୁରକ୍ଷିତ ରଖିବା ଲାଗି ଏଭଳି କରିଥିବା କୁହାଯାଉଛି । ପାକିସ୍ତାନର ପଶ୍ଚିମ ସୀମାରେ ମୁତୟନ ୧୨ତମ କର୍ପସର ୨୦୦ ଅଫିସର ଓ ୬୦୦ ସୈନ୍ୟ ନିଜ ପୋଷ୍ଟ ଛାଡି ପଳାଇଛନ୍ତି । ନଦର୍ଣ୍ଣ କମାଣ୍ଡ ଅଧୀନରେ କାର୍ୟ୍ୟରତ ୧୦୦ ଅଫିସର ଓ ୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି ।

ସେହିଭଳି ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ମୁତୟନ ହୋଇଥିବା ମଙ୍ଗଳା କର୍ପସର ୭୫ ଜଣ ଅଫିସର ଓ ୫୦୦ରୁ ଅଧିକ ସୈନ୍ୟ ନିଜ ପଦବି ଛାଡି ପଳାଇଛନ୍ତି । ଏହି ଘଟଣା ପରେ ପାକିସ୍ତାନ ସେନା ପକ୍ଷରୁ ସବୁ ଅଫିସର ଓ ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖାଯାଇଛି । ସେଥିରେ ସେମାନଙ୍କୁ ଭୟଭୀତ ନ ହେବା ଲାଗି ପରାମର୍ଶ ଦିଆଯାଇଛି । କୁହାଯାଇଛି କି ସେମାନେ ଦେଶକୁ ରକ୍ଷା କରିବା ଲାଗି ଯେଉଁ ଶପଥ ନେଇଥିଲେ ତାକୁ ପାଳନ କରିବାର ସମୟ ଆସିଛି ।

ତେଣୁ ସେମାନେ ନିଜର ମନୋବଳ ସୁଦୃଢ଼ କରିବା ସହ ଶତ୍ରୁର ମୁକାବିଲା କରିବାକୁ ସେମାନଙ୍କୁ କୁହାଯାଇଛି । ଚିଠିରେ ଲେଖାଯାଇଛି କି ଆମର କିଛି ମୁଜାହିଦ୍ଦିନ ପହଲଗାମ ଆକ୍ରମଣକୁ ଅନ୍ତିମ ରୂପରେଖ ଦେଇଥିଲେ । ତେଣୁ ଭାରତ କାର୍ୟ୍ୟାନୁଷ୍ଠାନ କରିବାର ଭୟରେ ସୈନ୍ୟମାନେ ଇସ୍ତଫା ଦେବା ଓ ପୋଷ୍ଟ ଛାଡି ପଳାଇବା ଆଦୌ ଠିକ୍‌ ନୁହେଁ । ସେମାନେ ଏକାଠି ହେବା ଓ ଦେଶର ସୁରକ୍ଷା ଲାଗି ଦୃଢ଼ ଭାବେ ଠିଆ ହେବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ