Masthead

ଦିଲ୍ଲୀ ବିମାନ ବନ୍ଦରକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିମାନ ବନ୍ଦରକୁ ବୋମା ମାଡ କରି ଉଡ଼ାଇ ଦେବାକୁ ଆସିଛି ମେଲ । ଏଭଳି ଧମକ ମିଳିଛି ଦିଲ୍ଲୀ ପୁଲିସକୁ । ଏକ ଇ-ମେଲ ଜରିଆରେ ଅଲକାଏଦା ଏଭଳି ଧମକ ଦେଇଛି । ଏହି ମେଲ ପୋଲିସ ପାଇବା ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଶନିବାର ସନ୍ଧ୍ୟାରେ ଏହି ଇ-ମେଲ୍‌ ଆସିଥିଲା । ଏହାର ସବଜେକ୍ଟରେ ଲେଖିଥିଲା, ‘ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର’। ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି। କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଏ ଦୁହେଁ ଆସନ୍ତା ଦିନେରୁ ତିନି ଦିନ ମଧ୍ୟରେ ବିମାନବନ୍ଦରରେ ବୋମା ଲଗାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଇ-ମେଲ୍‌ରେ ଲୋଖା ହୋଇଛି।

ଏହି ଇ-ମେଲ ଆସିବା ପରେ ଦିଲ୍ଲୀ ରେ ହାଇ ଆଲର୍ଟ ଜାରି ହୋଇଛି। ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି। ଏହା ସହିତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ବିମାନବନ୍ଦରର ସମସ୍ତ ଟର୍ମିନାଲରେ ଆଣ୍ଟି ସାବୋଟେଜ୍ ଯାଞ୍ଚ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା