ରାସ୍ତା ରୋକ କଲେ ଚାଷୀ

ବେଲପଡ଼ା ( ବଡ଼ ଖବର ବ୍ୟୁରୋ): ବେଲପଡା ବ୍ଲକ କପାଣି ଧାନ ମଣ୍ଡିରେ ଚାଷୀମାନେ ବିକ୍ରୟ କରିବା ପାଇଁ ଆଣିଥିବା ଧାନକୁ ନିମ୍ନ ମାନର ଦର୍ଶାଇଛନ୍ତି । କଟନି ଛଟନି ଯୋଗୁଁ ଚାଷୀ ଅସନ୍ତୋଷ ଦେଖାଦେଇଛି । । ଏଫଏକ୍ୟୁ ନାମରେ ଚାଷୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । କଟନି ଛଟନି ପ୍ରକ୍ରିୟାରେ ମିଲର୍ସଙ୍କ ମନମୁଖୀ ଓ ଅଧିକାରୀଙ୍କ ଅବହେଳା ଯୋଗୁଁ ଚାଷୀମାନେ ହତାଶ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କପାଣି ସମବାୟ ସମିତିରେ ଧାନ କିଣାରେ କଟଣି ଛଟନକୁ ବିରୋଧ କରି ପାଟଣାଗଡ କଂଟାବାଜି ରାସ୍ତା ରୋକ କରାଯାଇଛି । ଜୟ କିଷାନ ଆନ୍ଦୋଳନ କମିଟି ରାସ୍ତା ରୋକ କରିଛନ୍ତି । ଗତକାଲି ରାସ୍ତା ରୋକ କରାଯାଇଥିଲା । ମଣ୍ଡିରେ ମିଲର୍ସଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ କ୍ୱିଣ୍ଟାଲ ପିଛା ୭-୮ କେଜି ଧାନ କଟଣି ଛଟଣି ହୋଉଥିବାର ଅଭିଯୋଗ କରୁଛନ୍ତି ଚାଷୀ । ସେମାନଙ୍କ ଦାବି ଗୁଡିକ ହେଲା ଏଫଏକ୍ୟୁ ବାହାନାରେ କଟନୀ-ଛଟନୀ ବନ୍ଦ ,ମାନ ନିର୍ଦ୍ଧାରଣରେ ମିଲରଙ୍କୁ ସମ୍ପୃକ୍ତି ନରଖି ସିଧା ସଳଖ ପ୍ରଶାସନ ଓ ଚାଷୀଙ୍କୁ ସିମିତ ରଖାଯାଉ । ଟୋକନ ବଣ୍ଟନ ଜିଲ୍ଲା ସ୍ତରରେ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଚାଷିଙ୍କର ଧାନ କିଣାଯାଉ ।ପରେ ବେଲପଡା ତହସିଲଦାର ପ୍ରତିଶୃତି ଦେବା ପରେ ରାସ୍ତାରୁ ଓହରିଥିଲେ ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’