Masthead

ରାସ୍ତା ରୋକ କଲେ ଚାଷୀ

ବେଲପଡ଼ା ( ବଡ଼ ଖବର ବ୍ୟୁରୋ): ବେଲପଡା ବ୍ଲକ କପାଣି ଧାନ ମଣ୍ଡିରେ ଚାଷୀମାନେ ବିକ୍ରୟ କରିବା ପାଇଁ ଆଣିଥିବା ଧାନକୁ ନିମ୍ନ ମାନର ଦର୍ଶାଇଛନ୍ତି । କଟନି ଛଟନି ଯୋଗୁଁ ଚାଷୀ ଅସନ୍ତୋଷ ଦେଖାଦେଇଛି । । ଏଫଏକ୍ୟୁ ନାମରେ ଚାଷୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । କଟନି ଛଟନି ପ୍ରକ୍ରିୟାରେ ମିଲର୍ସଙ୍କ ମନମୁଖୀ ଓ ଅଧିକାରୀଙ୍କ ଅବହେଳା ଯୋଗୁଁ ଚାଷୀମାନେ ହତାଶ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କପାଣି ସମବାୟ ସମିତିରେ ଧାନ କିଣାରେ କଟଣି ଛଟନକୁ ବିରୋଧ କରି ପାଟଣାଗଡ କଂଟାବାଜି ରାସ୍ତା ରୋକ କରାଯାଇଛି । ଜୟ କିଷାନ ଆନ୍ଦୋଳନ କମିଟି ରାସ୍ତା ରୋକ କରିଛନ୍ତି । ଗତକାଲି ରାସ୍ତା ରୋକ କରାଯାଇଥିଲା । ମଣ୍ଡିରେ ମିଲର୍ସଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ କ୍ୱିଣ୍ଟାଲ ପିଛା ୭-୮ କେଜି ଧାନ କଟଣି ଛଟଣି ହୋଉଥିବାର ଅଭିଯୋଗ କରୁଛନ୍ତି ଚାଷୀ । ସେମାନଙ୍କ ଦାବି ଗୁଡିକ ହେଲା ଏଫଏକ୍ୟୁ ବାହାନାରେ କଟନୀ-ଛଟନୀ ବନ୍ଦ ,ମାନ ନିର୍ଦ୍ଧାରଣରେ ମିଲରଙ୍କୁ ସମ୍ପୃକ୍ତି ନରଖି ସିଧା ସଳଖ ପ୍ରଶାସନ ଓ ଚାଷୀଙ୍କୁ ସିମିତ ରଖାଯାଉ । ଟୋକନ ବଣ୍ଟନ ଜିଲ୍ଲା ସ୍ତରରେ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଚାଷିଙ୍କର ଧାନ କିଣାଯାଉ ।ପରେ ବେଲପଡା ତହସିଲଦାର ପ୍ରତିଶୃତି ଦେବା ପରେ ରାସ୍ତାରୁ ଓହରିଥିଲେ ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା