Masthead

କାଳବୈଶାଖି ରେ ଭାଙ୍ଗିଲା ଘର

କେନ୍ଦୁଝର   (ବଡ଼ ଖବର ବ୍ୟୁରୋ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବଗଡିଆ ଓ ଦଧିବାବନପୁର ଗ୍ରାମରେ କାଳବୈଶାଖି ପ୍ରଭାବରେ ବ୍ୟାପକକ୍ଷୟକ୍ଷତି ଘଟିଛି । ଦୁଇଟି ଗ୍ରାମରେ ଅନେକ ଗଛପତ୍ର ଭାଙ୍ଗି ପଡିଥିବାବେଳେ ଅନେକ ଲୋକଙ୍କ ଘରର ଆଜବେଷ୍ଟ ଓ ଚାଳ ଛପର ଉଡିଯାଇଛି । ଗତ ୧୧ଦିନ ତଳେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ମହିଳାଙ୍କର ଆଜି ଏକାଦଶାହ କ୍ରିୟା ଚାଲିଥିବାବେଳେ ଭୋଜିଭାତ ପାଇଁ ମରାଯାଇଥିବା ଟେଣ୍ଟ ସମ୍ପୁର୍ଣ୍ଣ ଭାଙ୍ଗିପଡି ମାଟିରେ ପଡିଥିବାବେଳେ ରତିକାନ୍ତ ଯେନାଙ୍କ ଘରର ସମ୍ପୁର୍ଣ୍ଣ ଆଜବେଷ୍ଟ ଯାଇ ବିଲରେ ପଡିଛି । ସେହିପରି ସଞ୍ଜୁଲତା ଯେନାଙ୍କ ଟିଣ କବାଟଉଡି ଯାଇଥିବାବେଳେ ଶଶିକାନ୍ତ ଯେନା, ଗଜେନ୍ଦ୍ର ଯେନା, ଦୁଖା ଯେନା, ଆରତ ଯେନା, ପୁର୍ଣ୍ଣଚନ୍ଦ୍ର ଯେନାଙ୍କ ଚାଳଛପର ଘର ଉଡିଯାଇଛି । ସୋମନାଥ ଯେନାଙ୍କ କେବିନର ଆଜବେଷ୍ଟ ଉଡି ଯାଇଛି । ସେହିପରି ଦଧିବାବନପୁର ଗ୍ରାମରେ ଆଦିକନ୍ଦ ଖଣ୍ଡାଙ୍କ ଘର ଉପରେ ଏକ ଗଛ ଭାଙ୍ଗିପଡିବାରୁ ତାଙ୍କ ଘରର ସମସ୍ତ ଆଜବେଷ୍ଟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଏପରିକି ଗଛ ଭାଙ୍ଗିପଡିବା ବେଳେ ପରିବାର ଲୋକେ ଘର ଭିତରେ ଥିଲେ,ଏବଂ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ସେହିପରି କୃଷ୍ଣଚନ୍ଦ୍ର ରଣାଙ୍କ ଘର ଉପରେ ଏକ ଆମ୍ବଗଛ ଭାଙ୍ଗି ପଡିଥିବାବେଳେ ଗୋକୁଳି ଜେନାଙ୍କ ଘରର ଚାଳଛପର ସମ୍ପୁର୍ଣ୍ଣ ଉଡି ଯାଇଛି । ଖବରପାଇ ଆଟଡିହି ଓ ଆନନ୍ଦପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଗଛ ଗୁଡିକୁ କାଟି ସଫା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ