କାଳବୈଶାଖି ରେ ଭାଙ୍ଗିଲା ଘର

କେନ୍ଦୁଝର   (ବଡ଼ ଖବର ବ୍ୟୁରୋ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବଗଡିଆ ଓ ଦଧିବାବନପୁର ଗ୍ରାମରେ କାଳବୈଶାଖି ପ୍ରଭାବରେ ବ୍ୟାପକକ୍ଷୟକ୍ଷତି ଘଟିଛି । ଦୁଇଟି ଗ୍ରାମରେ ଅନେକ ଗଛପତ୍ର ଭାଙ୍ଗି ପଡିଥିବାବେଳେ ଅନେକ ଲୋକଙ୍କ ଘରର ଆଜବେଷ୍ଟ ଓ ଚାଳ ଛପର ଉଡିଯାଇଛି । ଗତ ୧୧ଦିନ ତଳେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ମହିଳାଙ୍କର ଆଜି ଏକାଦଶାହ କ୍ରିୟା ଚାଲିଥିବାବେଳେ ଭୋଜିଭାତ ପାଇଁ ମରାଯାଇଥିବା ଟେଣ୍ଟ ସମ୍ପୁର୍ଣ୍ଣ ଭାଙ୍ଗିପଡି ମାଟିରେ ପଡିଥିବାବେଳେ ରତିକାନ୍ତ ଯେନାଙ୍କ ଘରର ସମ୍ପୁର୍ଣ୍ଣ ଆଜବେଷ୍ଟ ଯାଇ ବିଲରେ ପଡିଛି । ସେହିପରି ସଞ୍ଜୁଲତା ଯେନାଙ୍କ ଟିଣ କବାଟଉଡି ଯାଇଥିବାବେଳେ ଶଶିକାନ୍ତ ଯେନା, ଗଜେନ୍ଦ୍ର ଯେନା, ଦୁଖା ଯେନା, ଆରତ ଯେନା, ପୁର୍ଣ୍ଣଚନ୍ଦ୍ର ଯେନାଙ୍କ ଚାଳଛପର ଘର ଉଡିଯାଇଛି । ସୋମନାଥ ଯେନାଙ୍କ କେବିନର ଆଜବେଷ୍ଟ ଉଡି ଯାଇଛି । ସେହିପରି ଦଧିବାବନପୁର ଗ୍ରାମରେ ଆଦିକନ୍ଦ ଖଣ୍ଡାଙ୍କ ଘର ଉପରେ ଏକ ଗଛ ଭାଙ୍ଗିପଡିବାରୁ ତାଙ୍କ ଘରର ସମସ୍ତ ଆଜବେଷ୍ଟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଏପରିକି ଗଛ ଭାଙ୍ଗିପଡିବା ବେଳେ ପରିବାର ଲୋକେ ଘର ଭିତରେ ଥିଲେ,ଏବଂ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ସେହିପରି କୃଷ୍ଣଚନ୍ଦ୍ର ରଣାଙ୍କ ଘର ଉପରେ ଏକ ଆମ୍ବଗଛ ଭାଙ୍ଗି ପଡିଥିବାବେଳେ ଗୋକୁଳି ଜେନାଙ୍କ ଘରର ଚାଳଛପର ସମ୍ପୁର୍ଣ୍ଣ ଉଡି ଯାଇଛି । ଖବରପାଇ ଆଟଡିହି ଓ ଆନନ୍ଦପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଗଛ ଗୁଡିକୁ କାଟି ସଫା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ