Masthead

ଅସରାଏ ବର୍ଷାରେ ଭାସିଲା ରାଜଧାନୀ ଦିଲ୍ଲୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ । ରାସ୍ତାରେ ଗାଡି ଯିବା ତ ଦୂରର କଥା ଚାଲି ଚାଲି ଗଲେ ବି ଆଣ୍ଠୁଏ ଉଚ୍ଚର ପାଣି ଦେଇ ଯିବାକୁ ପଡୁଛି । ରାସ୍ତା ଉପରେ ଚାଲିଛି ନାଳପାଣି। ରାସ୍ତାରେ ଫସିଛନ୍ତି ଶହ ଶହ ଯାନବାହନ ଓ ଯାତ୍ରୀ। ସ୍ଥିତି ଏପରି ହୋଇଛି ଯେ ଅନେକ ବସ ଅଧାବୁଡିବା ଅବସ୍ଥାରେ ରହିଛି।

କିଛି ସ୍ଥାନରେ ଆମ୍ବୁଲାନ୍ସ ଫସିବା ବି ଦେଖାଯାଇଛି। ଗତ ଦୁଇ ମାସର ପ୍ରବଳ ଗ୍ରୀଷ୍ମ ଜ୍ବାଳା ପରେ ଏବେ ବର୍ଷା ତାଣ୍ଡବ ଦିଲ୍ଲୀବାସୀଙ୍କୁ ହରକତ କରିଛି। ଅନେକ ଅଞ୍ଚଳରେ ଲୋକେ ଘରୁ ପଦାକୁ ଆସିବା ଅସମ୍ଭବ ହୋଇପଡିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ୨୨୮ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ହରିଆଣାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଶହ ଶହ ଯାନବାହନ ରାସ୍ତାରେ ଅଟକି ରହିଛନ୍ତି। ଲକ୍ଷାଧିକ ଲୋକ ଜଳଘେରରେ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ