ଏବେ ବି ଜଳୁଛି ସୁପରମାର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରର ଧଉଳି ଲିଙ୍ଗିପୁର ଅଞ୍ଚଳରେ ଥିବା ସୁପରମାର୍ଟରେ ଗତକାଲି ରାତିରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ସୁପରମାର୍ଟର ତୃତୀୟ ମହଲାରୁ ନିଆଁ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ନିଆଁ ଦୀର୍ଘ ସମୟ ଧରି ନିୟନ୍ତ୍ରଣରେ ଆସିପାରିନଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍‌ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

ପ୍ରାରମ୍ଭରେ କିଛି ଦମକଳ ନିୟୋଜିତ ହୋଇଥିଲେ ମଧ୍ୟ, ପରିସ୍ଥିତି ଗମ୍ଭୀର ହେବାରୁ ପରେ ମୋଟ ୮ଟି ଫାୟାର ଟେଣ୍ଡର୍ ନିଆଁ ଲିଭା କାମରେ ଲାଗିଛି। ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡ଼ି ଯୋଡ଼ି ହୋଇ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାର୍ଯ୍ୟ ପାଇଁ ୨୦୦ ଫୁଟ ଉଚ୍ଚତାକୁ ପହଞ୍ଚିପାରୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ବ୍ୟବହାର କରାଯାଉଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ମଧ୍ୟ ନୂତନ କୌଶଳ ଅପଣାଇ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

ବିଲ୍ଡିଂର କାନ୍ଥରେ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ, କିଛି ଅଂଶ ଭାଙ୍ଗି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଟିମ୍‌ ପ୍ରୟାସ କରୁଛି। ବଡ଼ ସମସ୍ୟା ହେଉଛି ସୁପରମାର୍ଟ ବିଲ୍ଡିଂରେ ଯଥେଷ୍ଟ ବାୟୁ ପ୍ରବାହ ବ୍ୟବସ୍ଥା ନଥିବା। ଗୋଟିଏ ମଧ୍ୟ ଝରକା ନଥିବାରୁ ଧୂଆଁ ବାହାରିବାରେ ବାଧା ସୃଷ୍ଟି ହେଉଛି ଏବଂ ନିଆଁ ଆଉ ବେଶି ଭୟାବହ ରୂପ ନେଇଛି। ବର୍ତ୍ତମାନ ଚତୁର୍ଥ ମହଲାକୁ ମଧ୍ୟ ନିଆଁ ପ୍ରସାରିତ ହୋଇଛି। ନିଆଁ ଏବଂ ଧୂଆଁ ବିଲ୍ଡିଂରୁ ବାହାରୁଥିବାରୁ ଆଖପାଖର ଦୋକାନ ଓ ଘରକୁ ବି ନିଆଁ ବ୍ୟାପିବାର ଆଶଙ୍କା ରହିଛି । ସତର୍କତା ସ୍ୱରୂପ ଗତରାତିରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଅଗ୍ନିଶମ ବିଭାଗ ଓ ସମ୍ବନ୍ଧିତ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!