Masthead

ଏବେ ବି ଜଳୁଛି ସୁପରମାର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରର ଧଉଳି ଲିଙ୍ଗିପୁର ଅଞ୍ଚଳରେ ଥିବା ସୁପରମାର୍ଟରେ ଗତକାଲି ରାତିରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ସୁପରମାର୍ଟର ତୃତୀୟ ମହଲାରୁ ନିଆଁ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ନିଆଁ ଦୀର୍ଘ ସମୟ ଧରି ନିୟନ୍ତ୍ରଣରେ ଆସିପାରିନଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍‌ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

ପ୍ରାରମ୍ଭରେ କିଛି ଦମକଳ ନିୟୋଜିତ ହୋଇଥିଲେ ମଧ୍ୟ, ପରିସ୍ଥିତି ଗମ୍ଭୀର ହେବାରୁ ପରେ ମୋଟ ୮ଟି ଫାୟାର ଟେଣ୍ଡର୍ ନିଆଁ ଲିଭା କାମରେ ଲାଗିଛି। ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡ଼ି ଯୋଡ଼ି ହୋଇ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାର୍ଯ୍ୟ ପାଇଁ ୨୦୦ ଫୁଟ ଉଚ୍ଚତାକୁ ପହଞ୍ଚିପାରୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ବ୍ୟବହାର କରାଯାଉଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ମଧ୍ୟ ନୂତନ କୌଶଳ ଅପଣାଇ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

ବିଲ୍ଡିଂର କାନ୍ଥରେ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ, କିଛି ଅଂଶ ଭାଙ୍ଗି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଟିମ୍‌ ପ୍ରୟାସ କରୁଛି। ବଡ଼ ସମସ୍ୟା ହେଉଛି ସୁପରମାର୍ଟ ବିଲ୍ଡିଂରେ ଯଥେଷ୍ଟ ବାୟୁ ପ୍ରବାହ ବ୍ୟବସ୍ଥା ନଥିବା। ଗୋଟିଏ ମଧ୍ୟ ଝରକା ନଥିବାରୁ ଧୂଆଁ ବାହାରିବାରେ ବାଧା ସୃଷ୍ଟି ହେଉଛି ଏବଂ ନିଆଁ ଆଉ ବେଶି ଭୟାବହ ରୂପ ନେଇଛି। ବର୍ତ୍ତମାନ ଚତୁର୍ଥ ମହଲାକୁ ମଧ୍ୟ ନିଆଁ ପ୍ରସାରିତ ହୋଇଛି। ନିଆଁ ଏବଂ ଧୂଆଁ ବିଲ୍ଡିଂରୁ ବାହାରୁଥିବାରୁ ଆଖପାଖର ଦୋକାନ ଓ ଘରକୁ ବି ନିଆଁ ବ୍ୟାପିବାର ଆଶଙ୍କା ରହିଛି । ସତର୍କତା ସ୍ୱରୂପ ଗତରାତିରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଅଗ୍ନିଶମ ବିଭାଗ ଓ ସମ୍ବନ୍ଧିତ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର