Masthead

ଡିଜିପିଙ୍କ ମାଲକାନଗିରି ଗସ୍ତ, ମାଓ ଦମନ ଦିଗରେ ସ୍ୱତନ୍ତ୍ର ରଣନୀତି

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଲାଲଗଡ଼ରୁ ମାଓବାଦୀଙ୍କୁ ସମୂଳେ ବିନାଶ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏଥିପାଇଁ ବିଭିନ୍ନ ରଣକୌଶଳ ମଧ୍ୟ ଆପଣାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗୋରାସେତୁଠାରେ ପହଞ୍ଚି ନୂତନ ଭାବେ ସ୍ଥାପନ ହୋଇଥିବା ବିଏସଏଫ୍ କ୍ୟାମ୍ପର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । କ୍ୟାମ୍ପକୁ ବିରୋଧ କରୁଥିବା ଆଦିବାସୀ ଲୋକଙ୍କ ସହ ଅଭୟ କଥା ହୋଇଛନ୍ତି । ବିଏସଏଫ୍ ବାହିନୀ ସେଠାରେ ପହଞ୍ଚିବା ପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ ଅଭୟ । ଆଗାମୀ ଦିନରେ ନକ୍ସଲଙ୍କ କାର୍ଯ୍ୟକଳାପକୁ କିପରି ଦମନ କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା ସହ ଅଞ୍ଚଳର ଲୋକଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ଦିଗରେ ରଣନୀତି ପ୍ରସ୍ତୁତ କରାଯାଇଥିବା କହିଥିଲେ ।

ଏହାସହ ଅଞ୍ଚଳର ବିକାଶ ଦିଗରେ ଦୃଷ୍ଟି ଦେଇଛନ୍ତି ଅଭୟ । କାର୍ଯ୍ୟକ୍ରମରେ ଗୁଇନ୍ଦା ନିର୍ଦ୍ଦେଶକ ଆର୍.କେ. ଶର୍ମା, ଆଇଜି (ଅପରେସନ) ଅମିତାଭ ଠାକୁର, ବିଏସଏଫ୍ ଆଇଜି ଏମ.ଏସ ଶର୍ମା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିମ୍ ଅହମ୍ମଦ ଖାନ କେ ଏବଂ ମାଲକାନଗିରି ଏସପି ଉପସ୍ଥିତ ଥିଲେ । ସେପଟେ ବାୟୁସେନାର ଏକ ଲଢୁଆ ବିମାନ ଗତକାଲି ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଗୋରାସେତୁଠାରେ ଆକାଶ ମାର୍ଗରୁ ସୁରକ୍ଷା ଯାଞ୍ଚ କରିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା