Masthead

ମଣିପୁର ହିଂସା, ଗୁଳି କଲେ ମୁଣ୍ଡ କାଟିଲେ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):   ହିଂସାରେ ଜଳୁଛି ମଣିପୁର । ହିଂସା ଥମିବାର ନା ନେଉ ନାହିଁ । ବିଷ୍ଣୁପୁର ଜିଲ୍ଲାରେ ଘଟିଛି ପୁଣି ହିଂସାକାଣ୍ଡ । ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ଘଟଣାସ୍ଥଳକୁ ଯାଇଛନ୍ତି। ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଅନେକ ଘର ଜାଳିଦେବା ସହ କେତେଜଣଙ୍କୁ ଅପହରଣ କରିନେଇଥିଲେ।

ସଶସ୍ତ୍ର ଉଗ୍ରପନ୍ଥୀମାନେ ସଂଘର୍ଷ ବେଳେ ଜଣକ ମୁଣ୍ଡ କାଟିଦେଇଥିଲେ।ଦୀର୍ଘ ୨ ମାସ ଧରି ମଣିପୁରର କଙ୍ଗପୋକ୍‌ପି ଜିଲାରେ ବନ୍ଦ ଥିବା ଜାତୀୟ ରାଜପଥକୁ ଅବରୋଧମୁକ୍ତ କରିବା ପାଇଁ କୁକି ବିଦ୍ରୋହୀ ଗୋଷ୍ଠୀ ରବିବାର ଘୋଷଣା କରିଛନ୍ତି। ଫଳରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହେବାକୁ ଯାଉଛି। ମେ’ ୩ରୁ ନାଗାଲାଣ୍ଡର ଦିମାପୁରକୁ ଇମ୍ଫାଲ ସହ ସଂଯୋଗ କରୁଥିବା ଜାତୀୟ ରାଜପଥ୦୨କୁ ଅବରୋଧ କରି ରଖାଯାଇଥିଲା।

ଖାଲି ସେତିକି ନୁହେଁ ଅଜଣା ବନ୍ଧୁକଧାରୀଙ୍କ ସହ ଗୁଳି ବିନିମୟ ବେଳେ ୨ ଜଣ ଗ୍ରାମ ସ୍ବେଚ୍ଛାସେବୀ ନିହତ ହୋଇଛନ୍ତି। ଖୋଇଜୁମାଣ୍ଟାବି ଗ୍ରାମରେ ସ୍ବେଚ୍ଛାସେବୀମାନେ ଏକ ଅସ୍ଥାୟୀ ବଙ୍କରକୁ ଜଗିଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହିଂସାକାଣ୍ଡ ଯୋଜନାବଦ୍ଧ ଓ ଏହା ପଛର କାରଣ ସ୍ପଷ୍ଟ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା