Masthead

ଚୋରି ପୂର୍ବରୁ ଭଗବାନଙ୍କୁ ଏମିତି କହିକି ଗଲେ ଚୋର

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ମୂର୍ତ୍ତି ଚୋରି କରିବାର ନୂଆ ତରିକା । ଠାକୁରଙ୍କୁ ପୂଜାକରି ଚୋରି କରୁଛନ୍ତି । ପୁଣି ପୂଜାକରି ମନ୍ଦିରରୁ ବାହାରୁଛନ୍ତି । ଅଷ୍ଟଧାତୁ ମୂର୍ତ୍ତି ଉପରେ ରହୁଛି ଏମାନଙ୍କର ବିଶେଷ ନଜର । ଟାର୍ଗେଟ କରୁଛନ୍ତି ଗ୍ରାମ ବାହାରେ ଥିବା ଶିବ ମନ୍ଦିରକୁ । ଚୋରି କରିବାପାଇଁ ଆଜିକାଲି ଚୋର ଆପଣଉଛନ୍ତି ନୂଆ ନୂଆ ତରିକା । ଚୋରଙ୍କ ଟାର୍ଗେଟରେ ଏବେ ମହାଦେବ । କଥାଟା ଶୁଣିବାକୁ ଅଡୁଆ ଲାଗିଲେବି ସତ । ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ପୋଲିସ ।

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମ ଶିବ ମନ୍ଦିରରୁ ଚୋରି ଅଭିଯୋଗରେ ୪ଜଣ ମୂର୍ତ୍ତି ଚୋରଙ୍କୁ ଧରିବା ସହିତ ଚୋରି ସାମଗ୍ରୀ ରଖୁଥିବା ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଏହି ଗ୍ୟାଙ୍ଗରେ ସାମିଲ ଅଛନ୍ତି ୨ଜଣ ନାବାଳକ । ପୋଲିସ ସୂଚନା ଅନୁଯାୟୀ ଏମାନେ ପ୍ରଥମେ ଚୋରି କରିବାକୁ ଥିବା ମନ୍ଦିରର ସ୍ଥିତି ପରଖିବାକୁ ଗ୍ରୁପରେ ଥିବା ଦୁଇ ନାବାଳକଙ୍କୁ ପଠାନ୍ତି । ମନ୍ଦିର ବୁଲିବା ବାହାନାରେ ଏହି ଦୁଇ ନାବାଳକଙ୍କ ସୂଚନା ଅନୁସାରେ ପୂରା ପ୍ଲାନ ପ୍ରସ୍ତୁତ କରାଯାଏ । ଚୋରି କରିବା ପୂର୍ବରୁ ମନ୍ଦିର ଭିତରେ ଏମାନେ ପ୍ରଥମେ ଧୂପ, ଦୀପ ଲଗାଇ ଠାକୁରଙ୍କୁ ପୂଜା କରନ୍ତି ପରେ ମନ୍ଦିର ହୁଣ୍ଡିରେ କିଛି ଦକ୍ଷିଣା ମଧ୍ୟ ଦାନ କରନ୍ତି ଏବଂ ପରେ ଠାକୁରଙ୍କ ସମେତ ସମସ୍ତ ଅଳଙ୍କାର, ପୂଜା ସାମଗ୍ରୀ, ଠାକୁରଙ୍କ ବାସନ ଓ ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା ନେଇଥାନ୍ତି ।

କିନ୍ତୁ ଯେଉଁ ଦକ୍ଷିଣା ଟଙ୍କା ସେମାନେ ଦେଇଥାନ୍ତି ତାକୁ ହୁଣ୍ଡିରେ ଛାଡି ଦେଇଥାନ୍ତି ଏବଂ ମନ୍ଦିରରୁ ବାହାରିବା ସମୟରେ ମଧ୍ୟ ପୁଣି ଧୂପ, ଦୀପ ଲଗାଇ ପୂଜା କରି ଠାକୁରଙ୍କୁ କ୍ଷମା ମାଗି ଚୋରି ସାମଗ୍ରୀ ନେଇ ଛୁ ମାରନ୍ତି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି ଅଭିଯୋଗ ପାଇବା ପରେ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଗ୍ୟାଙ୍ଗର ମୁଖ୍ୟ ରଂଜିତ ସାହୁ, କାଳିଆ, ମାନସ ଷଣ୍ଢ ସମେତ ଦୁଇ ନାବାଳକ ଓ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ବିଶ୍ୱନାଥ ନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ଅଷ୍ଟାଧାତୁ ଶିବ ମୂର୍ତ୍ତି ଗୋଟିଏ ଅଷ୍ଟାଧାତୁ ପାର୍ବତୀ ମୂର୍ତ୍ତି ସମେତ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି । ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ରଂଜିତ ଓରଫ କାଳିଆକୁ ରିମାଣ୍ଡରେ ଆଣି ଏମାନଙ୍କ ସହିତ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏମାନଙ୍କର କୌଣସି ଅନ୍ତଃରାଜ୍ୟ ଗ୍ରୁପ ସହିତ କଣ ସମ୍ପର୍କ ଅଛି, ସେସବୁର ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ