୨୦୨୩ରେ ସରିବ ତ ଖୋର୍ଦ୍ଧା-ବାଲାଙ୍ଗିର ରେଳପ୍ରକଳ୍ପ

ସୁବର୍ଣ୍ଣପୁର(ବଡ଼ ଖବର ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗିର ରେଳପ୍ରକଳ୍ପକୁ ୩୭ ବର୍ଷ ବିତିଗଲାଣି । ହେଲେ ଆଜି ପର୍ୟ୍ୟନ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହେବାର ନାଁ ଧରୁନି । ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ୨୦୧୪ରୁ ବର୍ତ୍ତମାନ ପର୍ୟ୍ୟନ୍ତ କୋଟି କୋଟି ଟଙ୍କାର ଅନୁଦାନ ମିଳିଛି । ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ ଏବଂ ଆଂଚଳିକ ବୈଷମ୍ୟ ଦୂର ପାଇଁ ଏହି ପ୍ରକଳ୍ପ ଏକ ମାଇଲ ଖୁଂଟ ବୋଲି କୁହାଯାଉଛି । ଏବେ ବଲାଙ୍ଗିର ପଟୁ ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ପର୍ଯ୍ୟନ୍ତ ଟ୍ରାଏଲ ରନ ସରିଛି । ୨୦୨୩ ସୁଦ୍ଧା ପ୍ରକଳ୍ପ ଶେଷ ହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ୨୦୨୩ ମସିହା ସୁଦ୍ଧା ସଂପୂର୍ଣ୍ଣ କରିବାକୁ ସରକାରୀ ସ୍ତରରେ କୁହାଯାଉଛି । କିନ୍ତୁ ବାସ୍ତବର ରୂପ ଭିନ୍ନ । ୧୯୪୫ ମସିହାରେ ଏହି ପ୍ରକଳ୍ପକୁ ବ୍ରିଟିଶ ସରକାର ପରିକଳ୍ପନା କରିଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଓଡିଶାର ଜୀବନ ରେଖା ପାଲଟିବ ବୋଲି ଇଂରେଜମାନେ ଆଶା କରିଥିଲେ । ୨୯୮ କିମି ବିଶିଷ୍ଟ ଏହି ରେଳ ପଥ ନିର୍ମାଣ ପାଇଁ ୧୯୮୪ ମସିହାରୁ ସର୍ଭେ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୩୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାର ନାଁ ଧରୁନି । ଏବେ ଖୋର୍ଦ୍ଧା ପଟୁ ମହୀପୁର ଓ ବଲାଙ୍ଗିର ପଟୁ ବିଚ୍ଛୁପାଲି ପର୍ୟ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି । ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ପର୍ୟ୍ୟନ୍ତ ଟ୍ରାଏଲ ରନ ସରିଛି । ନିର୍ମାଣ କାର୍ୟ୍ୟକୁ ତ୍ୱରାନ୍ୱିତ କରାଯିବା ସହିତ ଟ୍ରାଏଲ ରନ କରାଯାଇଥିବା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ପାଇଁ ଦାବି ହେଉଛି ।

୨୯୮ କିମିର ଏହି ପ୍ରକଳ୍ପରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ଲୋକେ ବେଶି ଉପକୃତ ହେବେ । ଖୋର୍ଦ୍ଧାରୁ ମହୀପୁର ପର୍ଯ୍ୟନ୍ତ ପ୍ରାୟ ୧୦୦ କିମି କାମ ସରିଛି ।ଏପଟେ ବଲାଙ୍ଗିର ପଟୁ ଝାରତରଭା ପର୍ୟ୍ୟନ୍ତ ମାତ୍ର ୨୭ କିମି କାର୍ୟ୍ୟ ଶେଷ ହୋଇଛି । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ୨୯ କିମି ଓ ବୌଦ୍ଧ ଜିଲ୍ଲାରେ ଏହାର ଦୈର୍ଘ୍ୟ ୧୦୭ କିମି ରହିଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ମାତ୍ର ୧୭ କିଲୋମିଟର ରେଳପଥ ନିର୍ମାଣ କାର୍ୟ୍ୟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ପର୍ୟ୍ୟନ୍ତ ଆରମ୍ଭ ହୋଇନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ମାଣ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ