ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ ତାରିଖ । ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ଣତା । କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଉତ୍କଣ୍ଠା । ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲିଛି ଅଙ୍କକଷା । ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଲା ଚର୍ଚ୍ଚା । ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଉପସ୍ଥିତ ଅଉନ୍ତି । ତେବେ କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ଅପେକ୍ଷା ।
ସେପଟେ ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା । ଆଜି ରାଜ୍ୟସଭା ପାଇଁ ନାଁ ଘୋଷଣା କରିପାରେ ବିଜେଡି । ବିଜେଡି ବିଧାୟକଙ୍କୁ ପୁଣି ନବୀନ ନିବାସରୁ ଆସିଲା ଡାକରା । ବିଧାୟକଙ୍କୁ ନେଇ ଚାଳିଛି ବୈଠକ । ଅନ୍ୟପଟେ ଦିଲ୍ଲୀ ଗସ୍ତରେ ଅଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତକାଲି ରାଜ୍ୟସଭା ପ୍ରାର୍ଥୀ ପାଇଁ ଦତ୍ତେଶ୍ୱର ହୋତାଙ୍କ ନାଁ ନେଇଥିଲେ ଭକ୍ତ । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ କାଲି କହିଥିଲେ ଭକ୍ତ ଦାସ । ସ୍ୱାଧୀନ ଭାବେ ବିଜେଡି-କଂଗ୍ରେସ ସମର୍ଥନ କଲେ ଓଡିଶାର ସ୍ୱାର୍ଥ ରହିବ । ରାଜନୀତିରେ ଘୋଡା ବେପାର ବନ୍ଦ କରିବାକୁ ଚାହୁଁଛୁ ବୋଲି କହିଥିଲେ ଭକ୍ତ । ଆଜି ନବୀନ ନନବାସରେ ଦତ୍ତେଶ୍ୱରଙ୍କୁ ନେଇ ରାଜନୀତି ସରଗରମ ହୋଇଛି । ଆଜି ବିଜେଡି ତାର ପ୍ରାର୍ଥୀ କାର୍ଡ ଖୋଲିବ ବୋଲି ସୂଚନା ମିଳିଛି ।
