Before Header

କୋରାପୁଟରେ ଭୂମିକମ୍ପ ଝଟକା

0 39

କୋରାପୁଟ(ବଡ଼ ଖବର ବ୍ୟୁରୋ): କୋରାପୁଟରେ ମୃଦୁ ଭ-ୂକମ୍ପ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଶୁକ୍ରବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ୫.୫ ମିନିଟରେ ଏହି ଭୂମିକମ୍ପ ଅନୂଭୂତ ହୋଇଛି । ଭୋର ସମୟରେ ଲୋକେ ଉଠିଥିବାବେଳେ ଝରକା, କବାଟ ଆପେ ଆପେ ଦୋହଲିଥିଲା । ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂମିକମ୍ପ ବୋଲି ଜଣାପଡିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରହିଛି । ପ୍ରାୟ ୫ କିଲୋମିଟର ଦୂରରେ ଏହାର ଉତ୍ପତ୍ତିସ୍ଥଳ ବୋଲି ଅନୁମାନ କରାଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କିଛି ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ଲକ୍ଷ୍ମୀପୁର ସମେତ ନାରାୟଣପାଟଣା, ବନ୍ଧୁଗାଁ ବ୍ଲକ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.