Masthead

ଝାରସୁଗୁଡ଼ାରେ ରାଜ୍ୟ ବିଜେପି ପକ୍ଷରୁ ବ୍ଲକ ଘେରାଉ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରସରକାରଙ୍କ ଯୋଜନାଗୁଡ଼ିକୁ ରାଜ୍ୟସରକାର ହଡ଼ପ କରିଆସୁଛନ୍ତି । ଜିଲ୍ଲା ହେଉ କିମ୍ବା ବ୍ଲକ୍ ସ୍ତର ହେଉ, ରାଜ୍ୟ ସରକାରଙ୍କ ଦୁର୍ନୀତି ସରିବାର ନା ନେଉ ନାହିଁ । ସେହିଭଳି ଝାରସୁଗୁଡ଼ା ବ୍ଲକରେ ରାସ୍ତା ସମସ୍ୟା, ଶିକ୍ଷା ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ହେଉ କିମ୍ବା ପାଣି ସମସ୍ୟା ହେଉ ରାଜ୍ୟରେ ୨୫ ବର୍ଷ ଶାସନ କରିବା ପରେ ମଧ୍ୟ ଏବେ ବି ଲୋକେ ସବୁ କ୍ଷେତ୍ରରେ ଅନେକ ଆସୁବିଧା ଭୋଗୁଛନ୍ତି। ଆଦିବାସୀମାନଙ୍କ ଜମି ହଡ଼ପ ଓ ଗ୍ରାମବାସୀ ମାନଙ୍କ ମୌଳିକ ସୁବିଧା ଗୁଡ଼ିକକୁ ନେଇ ଝାରସୁଗୁଡ଼ାରେ ଜନ ଆକ୍ରୋଶ ଦେଖାଦେଇଛି। ଶହ ଶହ ବିଜେପି କର୍ମୀ ବ୍ଲକ କାର୍ୟ୍ୟାଳୟ ଘେରାଉ କରି ନିଜ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଅନେକ ହିତାଧିକାରୀ ଏବେ ବି ସରକାରୀ ଯୋଜନା ଲାଭ ପାଇବାରୁ ବଞ୍ଚିତ ଅଛନ୍ତି । ଏନେଇ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଜନ ଆକ୍ରୋଶ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟର ବିଭିନ୍ନ ବ୍ଲକ କାର୍ୟ୍ୟାଳୟ ଘେରାଉ କରାଯାଉଛି। ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ , ଜିଲ୍ଲା ସଭାପତି ସୁନୀଲ ପଣ୍ଡା ଓ ଶତାଧିକ ବିଜେପି କର୍ମୀଙ୍କ ନେତୃତ୍ୱରେ ଝାରସୁଗୁଡ଼ା ବ୍ଲକରେ ଆନ୍ଦୋଳନ କରାଯାଇଛି ଏବଂ ଦାବି ପତ୍ର ଦିଆଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା