Masthead

ଦିଲ୍ଲୀପ କୁମାରଙ୍କ ପାକିସ୍ତାନ ଘରର ଦାମ କେତେ ଜାଣନ୍ତି..

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ହିନ୍ଦୀ ଫିଲ୍ମି ଜଗତର ବାଦଶାହା ଦିଲ୍ଲୀପ କୁମାରଙ୍କ ପାକିସ୍ତାନର ଖାଇବର ପାକଖୁତନୱା ପ୍ରଦେଶରେ ଥିବା ପୈତୃକ ଘରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଶହେ ବର୍ଷରୁ ଉଦ୍ଧ୍ୱର୍ ଏହି ପୁରାତନ ହାବେଲି ପରିତ୍ୟକ୍ତ ହୋଇ ପଡିରହିଥିଲା । ଏହାର ମରାମତିରେ ଖର୍ଚ୍ଚ ହୋଇଛି ବିପୁଳ ଟଙ୍କା । ୮୦କୋଟି ୪୬ଲକ୍ଷ ଟଙ୍କାରେ ଏହାକୁ କିଣିବା ପାଇଁ ସ୍ଥାନୀୟ ସରକାର ଚଳାଇଛନ୍ତି ଉଦ୍ୟମ । କିନ୍ତୁ ଏହି ହାବେଲିର ବର୍ତ୍ତମାନର ମାଲିକ ବିକିବା ପାଇଁ ନାରାଜ ।

ମଙ୍ଗଳବାର ଏହି ପୁରାତନ ହାବେଲିର ମାଲିକଙ୍କ ଓକିଲ ଗଲ ରହମନ ମହମ୍ମଦ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ହାବେଲିଟି ପରିତ୍ୟକ୍ତ ହୋଇ ପଡିରହିଥିଲା । ରକ୍ଷଣାବେକ୍ଷଣ ଅଭାବରୁ ହାବେଲିର ବହୁ ଅଂଶ ଭାଙ୍ଗିରୁଜି ଯାଇଥିଲା । ତେବେ ମରାମତି ବାବଦରେ ଖର୍ଚ୍ଚ ହୋଇଛି ୩୫କୋଟି ଟଙ୍କା । ଏହା ହାବେଲି କିଣିବା ଖର୍ଚ୍ଚ ଠାରୁ ଅଧିକ । ତଥାପି ସ୍ଥାନୀୟ ସରକାର ଅଧିକ ଟଙ୍କା ଦେଇ ଏହାକୁ କିଣିବା ପଇଁ ଚେଷ୍ଟା ଚଳାଇଛନ୍ତି । ଟଙ୍କାରେ ଏହି ହାବେଲିକୁ କିଣିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ହାବେଲିଟି ଯେଉଁ ସ୍ଥାନରେ ଅଛି, ସେଠାରେ ଏକର ପ୍ରତି ୭କୋଟି ଟଙ୍କାରେ ବିକ୍ରି ହେଉଛି । ୨୭୨.୨୫ ବର୍ଗଫୁଟ ପରିମିତ ଏହି ହାବେଲିରେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର ଜନ୍ମ ହୋଇଥିଲେ । ଖାଇବର ପାକଖୁତନୱାର ଖାୱାନି ବଜାରର ମଧ୍ୟସ୍ଥଳରେ ଏହି ହାବେଲି ଅଛି । ୨୦୧୪ରେ ନୱାଜ ସରିଫ ସରକାର ଏହି ହାବେଲିକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା