Masthead

ପୋଲିସ ଆକ୍ରମଣର ପ୍ରମାଣ ଅଛି, ଏହା ଏକଛତ୍ରବାଦ ଶାସନର ପରିଚୟ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଜି, ଭୁବନେଶ୍ୱର ଡିସିପି ଏବଂ ଭୁବନେଶ୍ୱର – କଟକ ପୋଲିସ କମିଶନରଙ୍କ ବିରୋଧରେ ଏତଲା ଦେବ ବିଜେପି । ୪ ତାରିଖରେ ସବୁ ଏସପି ଅଫିସ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିବ ବିଜେପି ଯୁବ ମୋର୍ଚ୍ଚା । ଯଦି ପୋଲିସ ଏଫଆଇଆର ନେବ ନାହିଁ ତେବେ ଓଡ଼ିଶାର ସବୁ କୋର୍ଟଙ୍କ ଦ୍ୱାରସ୍ଥ ହେବ ବିଜେପି । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ବିଜେପି ଦଳ ପାଖରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଆକ୍ରମଣ କରିବାର ଫୋଟୋ ଓ ଭିଡିଓ ଅଛି । ଏହାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବ ବିଜେପି ।

ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ରାଜ୍ୟ ସରକାରଙ୍କ ମୁଣ୍ଡିଆଳ ମାନଙ୍କୁ ଭାରି ବାଧୁଛି । ଯୁବ ମୋର୍ଚ୍ଚା ଆନ୍ଦୋଳନ ବେଳେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଓ ଷଡ଼ଯନ୍ତ୍ର ହୋଇଥିଲା । ଆଗରୁ ବି ଆନ୍ଦୋଳନ ବେଳେ ପୋଲିସ ରିଷ୍ଟ୍ରେନ କରେ । ହେଲେ ଏବେ ସଙ୍ଗିନ ଧଫା ଲଗାଉଛି ପୋଲିସ । ୩୦୭ ଦଫା ଲଗାଇବା ରାଜ୍ୟ ସରକାରଙ୍କ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା । ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି । ଓଡ଼ିଶା ସରକାରଙ୍କ ଅହଙ୍କାର ଚରମସୀମାରେ । ବିରୋଧୀ ଦଳ ସେମାନଙ୍କ ଭୂମିକା ନିର୍ବାହ କରୁଥିବା ବେଳେ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ସରକାର । ଏହା ଏକଛତ୍ରବାଦ ଶାସନର ପରିଚୟ ।

ସରକାର ଦମନମୂଳକ ନୀତି କରୁଛନ୍ତି । ଭୟଙ୍କର ସ୍ଥିତିରେ ଓଡ଼ିଶାର ଆଇନ ଶୃଙ୍ଖଳା । ମହିଳା ନିର୍ୟାତନାରେ ଓଡ଼ିଶା ସବୁଠୁ ଆଗରେ । ପୋଲିସର ଅକ୍ଷମତା କାରଣରୁ ଲୋକ ଥାନାକୁ ଯିବାକୁ ଡରୁଛନ୍ତି । ରାଜ୍ୟ ସରକାର ଆଇନଶୃଙ୍ଖଳା ସମ୍ଭାଳିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ବିଜେଡିର ଲୋକମାନେ ବିଭିନ୍ନ ଅପରାଧରେ ସାମିଲ ଅଛନ୍ତି । ମାସେରୁ ଅଧିକ ହେଲାଣି ହତ୍ୟାର ମୋଟିଭ ଜଣା ପଡୁନାହିଁ । ବିଜେପି ଆନ୍ଦୋଳନ କଲା, ହେଲେ ରାଜ୍ୟ ସରକାରଙ୍କୁ ଦେଖାଗଲା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ