Masthead

ଅଲିମ୍ପିକ୍ସରେ ଚତୁର୍ଥ ଦିନ ଭାରତ ପାଇଁ ନିରାଶା

(ବଡ଼ ଖବର ବ୍ୟୁରୋ): ଅଲିମ୍ପିକ୍ସରେ ଚତୁର୍ଥ ଦିନ ଭାରତ ପାଇଁ ନିରାଶା ଆଣିଛି । ଅନେକ ପ୍ରତିଯୋଗୀ ନିଜ ନିଜ ମୁକାବିଲା ହାରିବା ସହ ପ୍ରତିଯୋଗିତାରୁ ବାଦ ପଡ଼ିଛନ୍ତି । ବିଶେଷ କରି ମାନିକା ବାତ୍ରା, ପୁରୁଷ ତୀରନ୍ଦାଜ ଟିମ୍, ସୁମିତ ନାଗଲ ମ୍ୟାଚ ହାରି ଚଳିତ ଅଲିମ୍ପିକ୍ସରୁ ବାଦ ପଡ଼ିଛନ୍ତି । ମାନିକା ବାତ୍ରା ସୋମବାର ତୃତୀୟ ରାଉଣ୍ଡ ମୁକାବିଲା ପାଇଁ ଓହ୍ଲାଇଥିଲେ । ସେ ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ବେଳେ ପରାସ୍ତ ହୋଇଛନ୍ତି । ତୃତୀୟ ରାଉଣ୍ଡ ମ୍ୟାଚରେ ସେ ପ୍ଲୋକାନୋଭାଙ୍କ ଠାରୁ ସିଧାସେଟରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

ସୋମବାର ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ପ୍ଲୋକାନେଭା ୧୧-୮,୧୧-୨,୧୧-୫, ୧୧-୭ ସେଟରେ ମାନିକାଙ୍କୁ ପରାସ୍ତ କରିଥିଲେ । ସେହିଭଳି ସୁମିତ ନାଗଲ ନିଜର ଦ୍ୱିତୀୟ ରାଉଣ୍ଡରେ ରୁଷର ଦ୍ୱିତୀୟ ସିଡ୍ ଦାନିଏଲ ମେଦେବିଦେବଙ୍କ ଠାରୁ ହାରି ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି । ଅନ୍ୟମାନଙଅକ ମଧ୍ୟରେ ଯଦି ଦେଖିବା ପୁରୁଷ ତୀରନ୍ଦାଜ ଟିମ୍ କ୍ୱାର୍ଟର ଫାଇନାଲରେ କୋରିଆ ଠାରୁ ହାରି ପଦକ ଦଯଡ଼ରୁ ବାଦ ପଡ଼ିଛନ୍ତି ।

ଫେନ୍ସିଂରେ ଭାରତର ପ୍ରଥମ ମହିଳା ଭାବେ ସାମିଲ ହୋଇଥିବା ଭାବନା ଦେବୀ ପ୍ରଥମ ରାଉଣ୍ଡ ମ୍ୟାଚ ଜିତି ରେକର୍ଡ କରିଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି । ଅନେକ ପ୍ରତିଯୋଗୀ ଭାରତକୁ ନିରାଶ କରିଥିବା ବେଳେ ବିଶେଷକରି ରେସଲିଂ, ବକ୍ସିଂରୁ ପଦକର ଆଶା ବଢ଼ିଯାଇଛି । ବର୍ତ୍ତମାନ ସମସ୍ତ ପ୍ରେସର ଏହି ମାନଙ୍କ ଉପରେ ରହିଛି । ଆଗାମୀ ଦିନରେ ବ୍ୟକ୍ତିଗତ ଇଭେଣ୍ଟରୁ ଭାରତକୁ ଆହୁରି କିଛି ସଫଳତା ମିଳିବା ନେଇ ଆସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ