କାରଗିଲର ଅକୁହା କଥା

(ବଡ଼ ଖବର ବ୍ୟୁରୋ): କାରଗିଲ୍ର ଅକୁହା କଥା । ୧୯୯୯ ଜୁଲାଇ ୨୬ ତାରିଖ । ଶତୃ ଛାତିରେ ପାଦ ଥାପି ଉଡିଲା ତ୍ରିରଙ୍ଗା ପତାକା । ବିଜୟର ଶଙ୍ଖ ନାଦ କରି ମାଟିରେ ଗଡିଗଲେ ଭାରତୀୟ ଜବାନ । ସବୁଠି ଖାଲି ତ୍ରିରଙ୍ଗାର ଜୟଗାନ । ଏହା ଭିତରେ ବିତିଯାଇଛି ୨୨ ବର୍ଷ । ହେଲେ ଆଜିର ଦିନ ମନେପଡିଗଲେ ଲୋମ ଟାଙ୍କୁରି ଉଠେ ।

ସେଦିନର ସେ ଗୋଳା ବାରୁଦର ଧ୍ୱଂସକାରୀତାକୁ ସାମ୍ନା କରି ଭାରତୀୟ ଜବାନ ମାନେ ରକ୍ଷା କରିଥିଲେ ଭାରତ ମାଆକୁ । ଯେଉଁ ଯୁଦ୍ଧରେ ସହୀଦ ହୋଇଥିଲେ ୫୨୭ ଭାରତୀୟ ଜବାନ । ଆଉ ସହୀଦ ମାନଙ୍କ ବଳୀଦାନକୁ ସାକାର କରିବା ଲାଗି ଆଜିର ଦିନକୁ ବିଜୟ ଦିବସ ରୂପେ ପାଳନ କରାଯାଉଛି । ଆଜି କାରଗିଲ ସହୀଦ ମାନଙ୍କୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଲଦ୍ଦାଖର ଦାସ୍ ସେକ୍ଟରରେ ପରେଡ କରାଯାଇଥିବା ବେଳେ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’