Masthead

ହସୁଛି କାଶତଣ୍ଡି, ଆସୁଛନ୍ତି ମାଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେବୀ ପୀଠରେ ଆରମ୍ଭ ହେବାକୁ ଯାଉଛି ମାଆଙ୍କ ଷୋଡଷ ଦିନାତ୍ମକ ପୂଜା । ସବୁ ମଆଙ୍କ ପୀଠରେ ଗୁଞ୍ଜରିତ ହେବ ଚଣ୍ଡିପାଠ । ପୂଜାମଣ୍ଡପରେ ବିରାଜିବେ ମାଆ ଦୁର୍ଗତିନାଶିନୀ । ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହେବ ଶକ୍ତିପୀଠ । ବିଭିନ୍ନ ପୀଠରେ ଆଜିଠୁ ଆରମ୍ଭ ହେବ ମାଆଙ୍କ ଷୋଡ଼ଶ ଉପଚାର ପୂଜା । ସ୍ବତନ୍ତ୍ର ରିତିନୀତି ଅନୁଯାଇ ମାଆଙ୍କ ପୂଜାର୍ଚ୍ଚନା କରାଯିବ । ଆଜି ମୂଳାଷ୍ଟମୀ । ରାଧାଷ୍ଟମୀରୁ ଶୟନ ନୀତିରେ ଥିବା ମାଆଙ୍କୁ ମୂଳାଷ୍ଟମୀରେ ଜାଗ୍ରତ କରାଯାଏ । ମାଆଙ୍କୁ ଜାଗ୍ରତ କରିବା ପାଇଁ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜିଠୁ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହେବ ।

ସେପଟେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ପଦରେ ବରଣ କରାଯିବ। ଏହି ଉତ୍ସବ ଉପଲକ୍ଷେ ରାଜଗୁରୁ, ଦେଉଳ ପୁରୋହିତ ଓ ଅନ୍ୟାନ୍ୟ ପଣ୍ତିତମାନଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ଓ ବସ୍ତ୍ର ପ୍ରଦାନ କରି ପୂଜା ପାଇଁ ବରଣ କରିବେ। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିବେ। ଶ୍ରୀମନ୍ଦିରରେ ଥିବା ମାଆ ବିମଳାଙ୍କ ପୀଠ ନିମନ୍ତେ ପୂଜକ ଓ ବ୍ରାହ୍ମଣଙ୍କୁ ପରମ୍ପରା ଅନୁଯାୟୀ ପ୍ରଥମେ ବରଣ କରାଯିବା ସହ ଜଣେ ପରୀଚ୍ଛା,ଚଣ୍ଡୀପାଠକ , ମନ୍ତ୍ରଯାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯିବ।

ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମାଆ ଭୁବନେଶ୍ୱରୀ, ମାଆ ବାଟମଙ୍ଗଳା ଓ ମାଆ ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେବେ। ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଶ୍ୟାମାକାଳୀ, ରାମଚଣ୍ଡୀ, ହରଚଣ୍ଡୀ, ଆଲମଚଣ୍ଡୀ ଓ କପିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ, ଚଣ୍ଡୀପାଠକମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ