Masthead

ଆସୁଛି ଏକ୍ସ ମହାମାରୀ; କୋଭିଡ ତୁଳନାରେ ୭ ଗୁଣା ଅଧିକ ମାରାତ୍ମକ ହୋଇପାରେ ‘ଡିଜିଜ୍ ଏକ୍ସ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋଭିଡ-୧୯ ପରେ ଭବିଷ୍ୟତରେ ଆଉ ଏକ ଭୟଙ୍କର ମହାମାରୀ ଆସିପାରେ । କରୋନା ମହାମାରୀରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବାବେଳେ ‘ଡିଜିଜ୍ ଏକ୍ସ’ ମହାମାରୀ ଅତିକମରେ ୫ କୋଟିରୁ ଅଧିକ ଜୀବନ ନେଇପାରେ ବୋଲି ବ୍ରିଟେନ୍ର ଭାକ୍ସିନ୍ ଟାକ୍ସଫୋର୍ସ ମୁଖ୍ୟ କେଟ୍ ବିଂଘମ୍ ଏପରି ଦାବି କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି ମହାମାରୀର ଆଗୁଆ ନାଁ ଦେଇ ସାରିଲାଣି । ଏବେ ଥିବା ଭୂତାଣୁର ମ୍ୟୁଟେସନ୍ ଯୋଗୁ ନୂଆ ମହାମାରୀ ବ୍ୟାପିବା ଆଶଙ୍କା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ରୋଗକୁ ନେଇ ସତର୍କ କରିଛି ।

କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିବା ମଧ୍ୟ ଆଗାମୀ ଦିନ ପାଇଁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ ଭୟଙ୍କର ଏକ୍ସ ମହାମାରୀ ବିଶ୍ୱକୁ କବଳିତ କରିବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଡିଜିଜ୍ ଏକ୍ସ ଆସିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ରିଟେନ୍ ବୈଜ୍ଞାନିକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ୨୫ ପ୍ରକାର ଭୂତାଣୁ ଉପରେ ଅଧ୍ୟୟନ କରାଯାଉଛି । ବିଶେଷ କରି ପଶୁଙ୍କଠାରେ ଥିବା ଭୂତାଣୁ ଉପରେ ଅଧିକ ଫୋକସ୍ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ମହାମାରୀ ବ୍ୟାପିବା ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା