Masthead

କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର, ପିଏମଙ୍କୁ ବିରୋଧୀଙ୍କ ଚିଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ୯ ବିରୋଧୀ ଦଳ ନେତାଙ୍କ ଚିଠି । ବିଜେପିର କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରୁଥିବା ଅଭିଯୋଗ । ବିରୋଧୀଦଳର ନେତାମାନେ ଇଡି ଏବଂ ସିବିଅ୍ଧବ ଭଳି ଏଜେନ୍ସିର ଅପବ୍ୟବହାରକୁ ନିନ୍ଦା କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦର୍ଶାଇ ଏହି ଚିଠିରେ କୁହାଯାଇଛି ଯେ ବିଜେପିରେ ଯୋଗ ଦେଇଥିବା ନେତାଙ୍କ ବିରୋଧରେ ତଦନ୍ତ ମନ୍ଥର ଗତିରେ ଚାଲିଛି।
ବିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓ, ଜେ.କେ.ଏନ.ସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ଏଆଇଟିସି ମୁଖ୍ୟ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ବାଲାସାହେବ ଠାକରେ (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଏହି ଚିଠିଟି ଲେଖିଛନ୍ତି । ଏହି ନେତାମାନେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଖରାପ ଭାବମୂର୍ତ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, “ଆମେ ଆଶା କରୁଛୁ ଆପଣ ସହମତ ହେବେ ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ। ବିରୋଧୀଦଳର ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର ଦର୍ଶାଉଛି ଯେ ଦେଶରେ ଗଣତନ୍ତ୍ରର ହତ୍ୟା କରାଯାଉଛି ।” ଏହି ଚିଠିରେ ବିରୋଧୀ ଦଳର ନେତାମାନେ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଡିଆଙ୍କୁ ଗିରଫ କରିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ