Masthead

ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ କୁନ୍ନାକାଡୁ ଗାଁକୁ ଶନିବାର ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ଗସ୍ତ କରିଛନ୍ତି। ସେ ପ୍ରଥମ ଜିଲ୍ଲାପାଳ ଭାବେ ସେ ୧୨ ଶହ ଫୁଟ ପାଦଚଲା ରାସ୍ତା ଦେଇ ଏହି ଗାଁକୁ ଗସ୍ତ କରିଛନ୍ତି। ନିୟମଗିରି ପାହାଡ଼ ଉପରେ ଥିବା ଥିବା କୁନ୍ନାକାଡୁ ଗାଁରେ ୮ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଗାଁକୁ ରାସ୍ତା ନାହିଁ। ନଳକୂଅ ନାହିଁ ବିଜୁଳି ନାହିଁ। ପାହାଡ଼ି ଝରଣାରୁ ପିଇବା ପାଣି ଟୋପେ ଆଣିବାକୁ ୯ ଶହ ଫୁଟ୍ ତଳକୁ ଓହ୍ଲାଇବାକୁ ପଡ଼େ। କାହାର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଲେ ଡାକ୍ତରଖାନା ଯିବାକୁ ଉପାୟ ନାହିଁ। କିଛି ବର୍ଷ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ କରାଯାଇଥିଲା। ପାହାଡ଼ରୁ ତଳକୁ ଆସିଲେ ସେମାନଙ୍କ ପାଇଁ ସବୁ ସୁବିଧା କରି ଦିଆଯିବ ବୋଲି ଲୋକଙ୍କୁ ବୁଝାଇଥିଲେ। ହେଲେ ଗାଁ ମାଟି, ଧରନୀକୁ ଛାଡ଼ିକି ଯିବୁ ନାହିଁ, ଗଲେ ଧରନୀ ଦେବତା କୋପ କରିବ ବୋଲି କହି ଆସି ନଥିଲେ।

୨୦୨୪ ମସିହାରେ ପୁଣି ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ତ୍ରିଲୋଚନପୁର ପଞ୍ଚାୟତ କୁନ୍ନାକାଡୁ ଗାଁକୁ ଗସ୍ତ କରି ଗାଁର ୮ ପରିବାରଙ୍କୁ ପାହାଡ଼ ଉପରୁ ତଳକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁଙ୍କ ସହ ଯାଇ ବୁଝାଇବା ପରେ ଗ୍ରାମବାସୀ ତାଙ୍କ କଥାକୁ ବୁଝିପାରି ଶେଷରେ ତଳକୁ ଆସିବାକୁ ରାଜି ହେଲେ।୨୦୨୪ ଡିସେମ୍ବର ୪ ତାରିଖରେ କୁନ୍ନାକାଡୁ ଗାଁର ୮ ଟି ଆଦିବାସୀ ପରିବାରଙ୍କୁ ଗାଁରୁ ୧୨ ଶହ ଫୁଟ୍ ତଳେ ଜାଗା ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ନିର୍ମାଣ ପାଇଁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ପ୍ରଥମ ଜିଲ୍ଲାପାଳ ଭାବେ ଗସ୍ତ କରି ୮ଟି ଘର ତିଆରି କରିବା ପାଇଁ ଭୂମି ପୂଜନ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲେ। ବର୍ତ୍ତମାନ ଆଜି ପୁଣି ଜିଲ୍ଲାପାଳ ଶ୍ରୀ ପ୍ରକାଶ କୁନ୍ନାକାଡୁ ଗାଁ ଲୋକଙ୍କ ପାଇଁ ନିର୍ମାଣଧୀନ ୮ ଗୋଟି ଘରର ତଦନ୍ତ କରି ସେଠାରୁ ୧୨ ଶହ ଫୁଟ ପାଦଚଲା ରାସ୍ତାରେ ତାଙ୍କ ବାସସ୍ଥାନ କୁନ୍ନାକାଡୁ ଗାଁକୁ ଯାଇ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ବର୍ତ୍ତମାନ ବସବାସ କରୁଥିବା ଗାଁରେ ପାନୀୟ ଜଳ ଓ ଚାଷବାସ ପାଇଁ ନିୟମଗିରି ଝରଣାରୁ ୨ଟି ଚ୍ୟାକ ଡ୍ୟାମ, ଗାଁରୁ ନୂତନ ଘର ପର୍ୟ୍ୟନ୍ତ ରାସ୍ତା ଓ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା କରି ସେ ପ୍ରଥମ ଜିଲ୍ଲାପାଳ ଭାବେ ଗସ୍ତ କରିଛନ୍ତି। ଆଜି ଜିଲ୍ଲାପାଳ ପ୍ରଥମେ ତ୍ରିଲୋଚନପୁର ଫୁଲଡୁମେର ଗାଁକୁ ଗସ୍ତ କରି ସେଠାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନୂତନ ଭାବେ ନିର୍ମାଣ ଆଦିବାସୀଙ୍କ ୧୨ ଗୋଟି ଘର ନିୟମଗିରି ନଗରକୁ ଯାଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଇଏଏସ ଅନିମେଶ ପ୍ରଧାନ,ଲାଞ୍ଜିଗତ ବିଡ଼ିଓ ଶଶାଙ୍କ ପାତ୍ର, ଜିଲ୍ଲା ଗ୍ରାମୀଣ ଗୃହ ପ୍ରକଳ୍ପ ପରିଚାଳକ ଅମୂଲ୍ୟ ବାଉଲ,ତ୍ରିଲୋଚନପୁର କନିଷ୍ଠ ଯନ୍ତ୍ରୀ କାହ୍ନୁ ଟୁଡୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ଆହୁରି ବଢ଼ିବ ଗରମ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ଆହୁରି ବଢ଼ିବ ଗରମ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି!