Masthead

ବିସ୍ଥାପିତ ମହିଳାଙ୍କ ବେଦାନ୍ତ ମୁଖ୍ୟ ଫାଟକରେ ଆନ୍ଦୋଳନ

ଲାଞ୍ଜିଗଡ଼ (ବଡ଼ ଖବର ବ୍ୟୁରୋ):  ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ୧୨ଜଣ ବିଧବା ମହିଳାଙ୍କ ଅହୋରାତ୍ର ଧାରଣା ଆଜି ଚତୁର୍ଥ ଦିନରେ ପହଁଚିଛି । ମହିଳାଙ୍କ ସ୍ୱାମୀ ବେଦାନ୍ତ କମ୍ପାନୀରେ କାର୍ୟ୍ୟରତ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ଏହି ୧୨ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ତାଙ୍କ ସ୍ୱାମୀଙ୍କ ଚାକିରି ସେମାନଙ୍କୁ ଦେବାପାଇଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ଏବେ ସୁଦ୍ଧା ସେମାନଙ୍କ ଗୁହାରି ଶୁଣୁନାହାନ୍ତି କର୍ତ୍ତୃପକ୍ଷ । ଏପଟେ ଜିଲ୍ଲାପାଳ କାର୍ୟ୍ୟଳୟ ସମ୍ମୁଖରେ ୧୨ଜଣ ମହିଳା ଧାରଣା ଦେଉଥିବା ବେଳେ ଆଜି ବେଦାନ୍ତ ବିସ୍ଥାପିତ କଲୋନୀର ସମସ୍ତ ମହିଳା ବେଦାନ୍ତ କାରଖାନାର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦେଇଛନ୍ତି । ଫଳରେ କୌଣସି କର୍ମଚାରୀ କାରଖାନା ଭିତରକୁ ପ୍ରବେଶ କରିପାରୁ ନାହାନ୍ତି । ଏପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ କି ବେଦାନ୍ତ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ନ ଥିବାବେଳେ, ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ