ଟଙ୍କାର ପାହାଡ଼ ଆଲମିରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟଙ୍କା, ଟଙ୍କା ଖାଲି ଟଙ୍କା । ଖାଲି ଟଙ୍କାର ପାହାଡ଼ । ଲକ୍ଷେ ଦୁଇ ଲକ୍ଷ ନୁହେଁ କୋଟି କୋଟି  ଟଙ୍କା । ଟଙ୍କା ନେବାକୁ ଆଣିବାକୁ ପଡ଼ୁଛି ଟ୍ରକ । ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି  ଆୟକର ବିଭାଗଙ୍କ ଆଖି ଟେରା । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ କିଛି ଏଭଳି ଟଙ୍କା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ଯୋଉଠି ଖୋଜିବ ଖାଲି  ପୁଳା ପୁଳା ଟଙ୍କା ବାହାରୁଛି ।

ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ ବେଳେ ହାତରେ ଲାଗିଲା ଦେଢ଼ ଶହ କୋଟିରୁ ଅଧିକ ନଗଦ ଟଙ୍କା। ଅଚାନକ ଏତେ ଟଙ୍କା ଦେଖି ତାଜୁବ୍ ଆୟକର ବିଭାଗ। ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍।

ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଲା ୧୫୦ କୋଟିରୁ ଅଧିକ ନଗଦ ଟଙ୍କା। ଆଲମିରା ଭିତରେ ଥାକମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା । ଏହି ଘଟଣା ପରେ ଆୟକର ବିଭାଗ ସ୍କାନରକୁ ଆସିଛନ୍ତି ଏହି ସଂସ୍ଥାର ମୁଖ୍ୟ ଉଦୟଶଙ୍କର ପ୍ରସାଦ । ଆୟକର ଫାଙ୍କି ଅଭିଯୋଗରେ ଆରମ୍ଭ ହୋଇଥିବା ତଦନ୍ତର ଏବେ ପରିସର ନିଶ୍ଚିତ ରୂପ ବଢ଼ିବ ବୋଲି ଅନୁମାନ କରାଯାଉଛି।

ଗତାକାଲି ଆଇଟି ରେଡ୍ ହୋଇଥିବା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ। ଗତକାଲି ସୁନ୍ଦରଗଡ ସହରର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲି ସ୍ଥିତ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରିଥିଲା ଆୟକର ଟିମ୍। ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡର ପଳାସପଲ୍ଲୀ ସ୍ଥିତ କର୍ପୋରେଟ୍ ଅଫିସ ଏବଂ କିଛି ଅଧିକାରୀଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!