Masthead

ଡାକ୍ତର ଦିବସରେ ଆତ୍ମହତ୍ୟା କଲେ ଡାକ୍ତର ଦମ୍ପତି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଜି ଡାକ୍ତର ଦିବସରେ ଆସିଛି ଏକ ଦୁଃଖଦ ଖବର । ମହାରାଷ୍ଟ୍ରର ପୁନେରେ ଜଣେ ଡାକ୍ତର ଦମ୍ପତି ଆଜି ଆତ୍ମହତ୍ୟା କରିଛନ୍ତି । ପୁନେର ଆଜାଦ ନଗରରେ ଏହି ଦମ୍ପତି ରୁହନ୍ତି । ତାଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରୁହେ । ବିବାଦକୁ ନେଇ ପ୍ରଥମେ ସ୍ତ୍ରୀ ଓ ପରେ ସ୍ୱାମୀ ଆତ୍ମହତ୍ୟା କରିଥିଲେ । ତେବେ ଏହି ଡାକ୍ତର ଦମ୍ପତିଙ୍କ ନାଁ ଅଙ୍କିତା ନିଖିଲ ଶେଣ୍ଡକର ଓ ନିଖିଲ ଦତ୍ତାତ୍ରେୟା ଶେଣ୍ଡକର ହୋଇଥିବା ଜଣାପଡ଼ିଛି ।

ଗତ କାଲି ରାତିରେ ଘରକୁ ଫେରିବା ସମୟରେ ସେମାନଙ୍କ ଝଗଡ଼ା ଭୀଷଣ ରୂପ ନେଇଥିଲା । ନିଖିଲ ରାତି ୮ଟା ବେଳକୁ ପହଞ୍ଚିବା ବେଳକୁ ଅଙ୍କିତା ଆତ୍ମହତ୍ୟା କରିସାରିଥିଲେ । ତେବେ ଏହାକୁ ସହି ନ ପାରି ନିଖିଲ ମଧ୍ୟ ଆତ୍ମହତ୍ୟା କରିଥିଲେ । ତେବେ ଏହି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ