ଦାବି ପୂରଣ କଲା ରେଳ ବିଭାଗ

ଲଇକେରା(ବଡ଼ ଖବର ବ୍ୟୁରୋ): ଲଇକେରା ଥାନା ବାଗଡ଼ିହି ଠାରେ ଆଜି ହେବାକୁ ଥିବା ରେଳ ରୋକ ଆନ୍ଦୋଳନ ବାତିଲ ହୋଇଛି । ସ୍ଥାନୀୟ ଅଞ୍ଚଳ ଲୋକେ ରେଳ ରୋକ କରିବା ପୂର୍ବରୁ ଦାବି ପୂରଣ କରିଛି ରେଳ ବିଭାଗ । କରୋନା ଯୋଗୁଁ ଦୀର୍ଘ ୮ମାସ ଧରି ଟ୍ରେନ ଗୁଡ଼ିକ ବନ୍ଦ ରହିଥିବା ବେଳେ କିଛି ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ବାଗଡ଼ିହି ଷ୍ଟେସନରୁ ସାଉଥ ବିହାର ଏକ୍ସପ୍ରେସର ରହଣୀକୁ ଉଚ୍ଛେଦ କରିଥିଲା ରେଳବିଭାଗ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ରେଳରୋକ କରିବା ପାଇଁ ଚେତାବନୀ ଦେଇଥିଲେ । ଆଜି ରେଳ ରୋକ ହେବା ପୂର୍ବରୁ ଦାବିକୁ ପୂରଣ କରିଛି ରେଳ ବିଭାଗ । ପୂର୍ବ ପରି ବାଗଡ଼ିହି ଷ୍ଟେସନରେ ସାଉଥ ବିହାର ଏକ୍ସପ୍ରେସ ରହଣୀ ଜାରି ରହିବ ବୋଲି ଲିଖିତ ପ୍ରତିଶୃତି ଦେଇଛି ରେଳ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ