Masthead

‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ ବିରୋଧରେ ଏକାଠି ହେଲେ ସାଉଦି-ୟୁଏଇ-ବାହାରିନ। ଆମେରିକାକୁ ପଠାଇଲେ ସିକ୍ରେଟ୍ ମେସେଜ୍। କହିଲେ ଇରାନ ହାର୍ ନମାନିଲା ଯାଏଁ ଆକ୍ରମଣ ବନ୍ଦ ନକରୁ ଆମେରିକା। ଯୁଦ୍ଧ ଜାରି ରଖିବେ ନା ବନ୍ଦ କରିବେ ତାହାକୁ ନେଇ ଖୋଦ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ଵନ୍ଦରେ ଥିବା ବେଳେ ଉପସାଗରୀୟ ଦେଶ ଗୁଡ଼ିକ ଏଭଳି ଦାବି କରିଛନ୍ତି। ଏହି ଦେଶମାନଙ୍କ ଠାରୁ ସମର୍ଥନ ମିଳିବା ପରେ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧ କେଉଁଆଡ଼କୁ ଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଆମେରିକା ଏବଂ ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ଉପସାଗରୀୟ ଦେଶଗୁଡ଼ିକ କହିଛନ୍ତି ଯେ, ଏକ ମାସ ଧରି ଆକ୍ରମଣ ସତ୍ତ୍ୱେ, ତେହେରାନର ଧର୍ମତାନ୍ତ୍ରିକ ଶାସନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଙ୍ଗୁ ହୋଇନାହିଁ। ଇରାନ ହାର୍ ନମାନିଲା ଯାଏଁ ଆକ୍ରମଣ ବନ୍ଦ ନକରୁ ଆମେରିକା।

ସେପଟେ ଟ୍ରମ୍ପ କହିଛନ୍ତି ଯେ, ସାଉଦି ଆରବ, କତାର, ୟୁଏଇ ଏବଂ ବାହାରିନ ପାଲଟା ଆକ୍ରମଣ କରୁଛନ୍ତି। ଉପସାଗରୀୟ ଦେଶଗୁଡ଼ିକରେ ଆମେରିକୀୟ ସେନା ଏବଂ ଘାଟିକୁ ଆଶ୍ରୟ ରହିଛି। ଯେଉଁଠାରୁ ଆମେରିକା ଇରାନ ଉପରେ ଆକ୍ରମଣ କରିବାଆରମ୍ଭ କରିଛି, କିନ୍ତୁ ଏହି ଦେଶଗୁଡ଼ିକ ନିଜେ ଏହି ଆକ୍ରମଣରେ ଅଂଶଗ୍ରହଣ କରିନାହାଁନ୍ତି। ସୂଚନା ଥାଉକି, ୟୁଏଇ ଏବେ ଇରାନ ଉପରେ ସ୍ଥଳ ଆକ୍ରମଣ ପାଇଁ ଆମେରିକା ଉପରେ ଚାପ ପକାଉଛି। କାରଣ ଇରାନ-ଆମେରିକା ଯୁଦ୍ଧରେ ୟୁଏଇ ଇରାନ ପଟୁ ୨୩୦୦ରୁ ଅଧିକ ମିଶାଇଲ୍ ଏବଂ ଡ୍ରୋନ୍ ଆକ୍ରମଣର ସାମ୍ନା କରିଛି। ସେପଟେ କୁଏତ ଏବଂ ବାହାରିନ ମଧ୍ୟ ଇରାନ ଉପରେ ଆକ୍ରମଣ କରିବାକୁ ଆମେରିକାର ସାଥ ଦେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ