Masthead

ସେବାୟତ ଓ ସୁଆର ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ହୋଇ ନାହିଁ ପହୁଡ଼ ନୀତି

ପୁରୀ (ବଡ଼ ଖବର ବ୍ୟୁରୋ): ଗତକାଲି ଅର୍ଥାତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ସାରା ରାତି ଅନିଦ୍ରା ରହିଛନ୍ତି ମହାପ୍ରଭୁ। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ପହୁଡ ନୀତି ହୋଇନଥିବା ସୂଚନା ମିଳିଛି। ଗତକାଲି ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବା ବେଳେ ଦ୍ୱିତୀୟ ଭୋଗମଣ୍ଡପରେ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଗତକାଲି ୪.୩୫ରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଭିତରକାଠ ନିକଟରେ ରକ୍ତଛିଟା ପଡିଥିବାରୁ ବଡ ମହାସ୍ନାନ ହୋଇଥିଲା। ପ୍ରାୟ ରାତି ୮.୧୦ରେ ମହାସ୍ନାନ ପୂଜା ଶେଷ ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ରାତି ୧୧.୨୪ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବସି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା। ଅର୍ଥାତ ରାତି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପରେ ପୁର୍ନବାର ମହାପ୍ରସାଦ ବାହାରିଥିବା ବେଳେ ଭକ୍ତମାନେ ବରାଦ ଦେଇଥିବା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ।

ପରେ ରାତି ୨.୦୮ରେ ସଂଧ୍ୟାଧୂପ ପୂଜା ଶେଷ ହୋଇ ରାତି ୩.୦୮ରେ ଚନ୍ଦନଲାଗି ବେଶ ପରେ ଭୋର ୪.୧୨ରେ ବଡସିଂହାର ବେଶ ସମ୍ପର୍ଣ୍ଣ ହୋଇ ନୀତି ବନ୍ଦ ରହିଲା। ତେଵେ ମହାସ୍ନାନ ପୂଜାପରେ ପ୍ରାୟ ତିନିଘଣ୍ଟା ଧରି ସିଂହାରୀ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବିଳମ୍ବରେ ଅନୁଷ୍ଠିତ ହେବାରୁ ମହାପ୍ରସାଦ ପାଇବାରୁ ଅନେକ ଭକ୍ତ ବଞ୍ଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ