Masthead

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆକ୍ସନ ମୋଡ୍‌ରେ ବାଲେନ ସରକାର । ପ୍ରଧାନମନ୍ତ୍ରୀ ହେଉ ହେଉ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଲେନ ଶାହ । ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ କେ.ପି ଶର୍ମା ଓଲି ଗିରଫ । ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖାକ୍ ମଧ୍ୟ ଗିରଫ । ଉଭୟଙ୍କୁ ଭକ୍ତପୁର ଘରୁ ଭୋର୍ ସମୟରେ ଉଠାଇ ଆଣିଛି ପୁଲିସ । ଜେନ୍ ଜି ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଗୃହ ମନ୍ତ୍ରାଳୟର ଅଭିଯୋଗ ପରେ ଉଭୟଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଥିଲା ।

ଉଚ୍ଚ ପଦବୀରେ ରହିବା ସତ୍ତ୍ୱେ ଏମାନେ ଜେନ୍‌ ଜେଡ ପ୍ରତିବାଦ ସମୟରେ ଅବହେଳା କରିଥିବା ଅଭିଯୋଗ ହୋଇଛି । ‘ଜେନ-ଜି’ ବିକ୍ଷୋଭ ସମୟରେ ଛାତ୍ରମାନଙ୍କ ମୃତ୍ୟୁ ଘଟଣାରେ ଏହି ଦୁଇ ନେତାଙ୍କୁ ଦାୟୀ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଲେନ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନଙ୍କ ରିପୋର୍ଟକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ବିକ୍ଷୋଭ ସମୟରେ ନିରୀହ ଛାତ୍ରଙ୍କ ଉପରକୁ ଗୁଳି ଚଳାଯାଇଥିଲା, ଯେଉଁଥିରେ ଅନେକ ଛାତ୍ରଙ୍କ ଜୀବନ ଯାଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରଥମେ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ହେପାଜତକୁ ନିଆଯାଇଥିଲା ଏବଂ କିଛି ସମୟ ପରେ ଓଲିଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହା ବ୍ୟତୀତ ତଦନ୍ତ ରିପୋର୍ଟରେ ପୁଲିସ ଏବଂ ସେନାର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି। ସୁରକ୍ଷା ବଳର ଅଧିକାରୀମାନଙ୍କ ବିରୋଧରେ ତଦନ୍ତ ପାଇଁ ସରକାର ଏକ ନୂତନ କମିଟି ଗଠନ କରିଛନ୍ତି। ଏହି ଘଟଣା ନେପାଳ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି