Masthead

ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ସମୁଦ୍ରତଟର ସ୍ୱଚ୍ଛତା ଓ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ଜନ ସଚେତନତା। ମାର୍କଣ୍ଡି ବେଳାଭୂମିର ସୁରକ୍ଷା ଏବଂ ବିରଳ ଓଲିଭ୍ ରିଡ୍ଲେ କଚ୍ଛପଙ୍କ ସୁରକ୍ଷିତ ଆବାସସ୍ଥଳୀକୁ ସୁନିଶ୍ଚିତ କରିବା ପାଇଁ ‘ୟୁଥ୍ ଫର ସୋସିଆଲ୍ ଡେଭଲପମେଣ୍ଟ’ (YSD) ପକ୍ଷରୁ ‘ଗୁଡ୍ ଡିଡ୍ସ ଡେ’ର ସହଯୋଗରେ ଆଜି ଏକ ସଫଳ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ପୂର୍ଣ୍ଣ ଅଭିଯାନଟି YSDର ପ୍ରୋଗ୍ରାମ କୋଓର୍ଡିନେଟର ଚନ୍ଦନ କୁମାର ସାହୁ ଏବଂ ପ୍ରକଳ୍ପ କୋଓର୍ଡିନେଟର ସୁଦୀପ କୁମାର ଚକ୍ରବର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସମନ୍ୱୟରେ ପରିଚାଳିତ ହୋଇଥିଲା। ଏହି ମହତ କାର୍ଯ୍ୟରେ ମାର୍କଣ୍ଡି ଗ୍ରାମ ସରପଞ୍ଚ, ସମିତି ସଦସ୍ୟ ବି. ଆର୍ଯ୍ୟ ରାଓ, ପିଆରଆଇ ପ୍ରତିନିଧି, ସ୍ଥାନୀୟ ସମୁଦାୟ ସଦସ୍ୟ, ସି.ଆର.ପି, ରେଡ୍‌ କ୍ରସ୍‌, ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ସମେତ ସରକାରୀ ୟୁପିଏସ ମାର୍କଣ୍ଡିର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକାଠି ହୋଇଥିଲେ। ପ୍ରାୟ ୧୭୦ରୁ ଅଧିକ ସକ୍ରିୟ ସ୍ୱେଚ୍ଛାସେବୀ ବେଳାଭୂମିରୁ ପ୍ଲାଷ୍ଟିକ ଅବଶିଷ୍ଟ ଓ କାଚ ବୋତଲ ସଫା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ୧୦୦ କିଲୋଗ୍ରାମରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଇ ମାର୍କଣ୍ଡି ପଞ୍ଚାୟତର ଏମଆରଏଫ (MRF) ୟୁନିଟକୁ ହସ୍ତାନ୍ତର କରାଯାଇଛି।

କାର୍ଯ୍ୟକ୍ରମକୁ ସଫଳ କରିବାରେ YSD ଟିମ୍ ସଦସ୍ୟ ମମାଲି ପାଣ୍ଡା, ଅଲୋକ ନାୟକ, ଶଶିକାନ୍ତ ପ୍ରଧାନ, ରାଜେନ୍ଦ୍ର ବଡ଼ଟିଆ, ବର୍ଷା ରାଣୀ ମହାରଣା, ସୁମନ ସେଠୀ, ସୁଭସ୍ମିତା ଦାସ, ସୁନନ୍ଦା ସାହୁ ଓ ପ୍ରିୟଙ୍କା ପଟ୍ଟନାୟକ (ସିଲ୍କ ସିଟି କମ୍ୟୁନିଟି ରେଡିଓ) ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଏଥିସହ ଯୁବ ନେତା ବି. ନରସିଂହ ଓ ସ୍ୱେଚ୍ଛାସେବୀ କିରଣ, ସୂର୍ଯ୍ୟକାନ୍ତ, ଆର୍ଯ୍ୟ, ଗୋପାଳ କୃଷ୍ଣ, ଜୋଗେୟା, ସୁଜାତା ବେହେରା ଓ ଦିଲେଶ୍ୱରୀଙ୍କ ମିଳିତ ସହଯୋଗରେ ‘ଆମ ସମୁଦ୍ରତଟ ଆମ ଦାୟିତ୍ୱ’ର ସନ୍ଦେଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି