Masthead

‘ସାତକୋଶିଆରେ ଆଉ ବ୍ୟାଘ୍ର ପ୍ରକଳ୍ପ ଚିନ୍ତା ନକରନ୍ତୁ ସରକାର’

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଫେରିଗଲା ସୁନ୍ଦରୀ । ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିବା ଖୁସିରେ ଖୁସି ମନାଇଛନ୍ତି ଶାତକୋଶିଆ ପ୍ରଜା । ସାତକୋଶିଆର ବିଭିନ୍ନ ଗାଁରେ ଉତ୍ସବ ମନାଇଛନ୍ତି ଲୋକେ । ସରକାର ବାଘବଂଶ ବିସ୍ତାର କଥା ଚିନ୍ତା ନକରିବା ଭଲ ବୋଲି କହିଛନ୍ତି ଏଠାକାର ଅଧିବାସୀ । ଗିନି, ମୃଦଙ୍ଗ ଶବ୍ଦରେ କମ୍ପୁଛି ପୂରା ପରିବେଶ । ଭଜନ କୀର୍ତ୍ତନ ସାଙ୍ଗକୁ ଚାଲିଛି ଦୀପ ଦାନ । ବାଘୁଣୀ ସୁନ୍ଦରୀ ଯିବା ଖୁସିରେ ବିଜୟ ଦିବସ ପାଳୁଛନ୍ତି ସାତକୋଶିଆ ପ୍ରଜା । ଅଭୟାଅରଣ୍ୟ ଭିତରେ ଥିବା ଜଗନ୍ନାଥପୁର ଗାଁର ଲୋକେ ଆଜି ଏକତ୍ରିତ ହୋଇ ପାଳିଛନ୍ତି ଖୁସିର ବିଜୟ ଦିବସ ।

ବାଣ ଫୁଟାଇ ଦୀପ ଲଗାଇବା ସହ ମା’ ମଙ୍ଗଳାଙ୍କ ନିକଟରେ କରିଛନ୍ତି ପୁଜାର୍ଚ୍ଚନା । ଖାଲି ଜଗନ୍ନାଥପୁର ନୁହେଁ, ସୁନ୍ଦରୀ ଯିବା ଖୁସିରେ ସାତକୋଶିଆରେ ଥିବା ଅନେକ ଗାଁରେ ଲାଗିରହିଛି ଖୁସିର ମାହୋଲ । ଶୁକ୍ରବାର ଦିନ ତମାମ ଭୋଜିଭାତରେ ମସଗୁଲ ଥିଲେ ସାତକୋଶିଆ ପ୍ରଜା । ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର । ଜଙ୍ଗଲ ସୁରକ୍ଷା ସହ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିବା ପାଇଁ ସରକାର ଏହି ଯୋଜନା ହାତକୁ ନେଇଥିଲେ । ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା ଜଙ୍ଗଲରୁ ବାଘୁଣୀ ସୁନ୍ଦରୀକୁ ଆଣି ଏଠାରେ ବାଘବଂଶ ବିସ୍ତାର ପାଇଁ ଲକ୍ଷ୍ୟ ରଖିଥିଲେ ସରକାର । କିନ୍ତୁ ଫେଲ ମାରିଥିଲା ସରକାରଙ୍କ ଏହି ଯୋଜନା । ସୁନ୍ଦରୀ ଆସିବା ପରେ ଆତଙ୍କିତ ହୋଇ ପଡିଥିଲେ ସାତକୋଶିଆ ଆଖପାଖ ଗାଁ ଲୋକେ ।

ସନ୍ଧ୍ୟା ହେଲେ ପଦାକୁ ବାହାରିବା ପାଇଁ ଡରୁଥିଲେ ଗ୍ରାମବାସୀ । ସୁନ୍ଦରୀ ହାବୁଡରେ ପଡି ଦୁଇଜଣଙ୍କ ଜୀବନ ମଧ୍ୟ ଯାଇଛି । ପ୍ରତିଦିନ ଅନେକ ଗାଈଗୋରୁଙ୍କ ଜୀବନ ମଧ୍ୟ ଯାଇଥିଲା ସୁନ୍ଦରୀ ପାଇଁ । ଯାହାକୁ ନେଇ ତାତିଥିଲେ ସାତକୋଶିଆ ପ୍ରଜା । ଜୋର ଧରିଥିଲା ବାଘୁଣୀ ହଟାଅ ସାତକୋଶିଆ ବଞ୍ଚାଅ ନାରା । ସୁନ୍ଦରୀ ଯିବା ପରେ ନିଜର ଖୁସି ଜାହିର କରିଛନ୍ତି ସାତକୋଶିଆ ପ୍ରଜା । ଫେଲ ମାରିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ । ସରକାରଙ୍କ ତରବରିଆ ନିଷ୍ପତ୍ତି ପାଇଁ ଏହି ପ୍ରକଳ୍ପ ଫେଲ ମାରିଛି ବୋଲି ଅଭିଯୋଗ କରିଛନ୍ତି ସାତକୋଶିଆବାସୀ । ପ୍ରକଳ୍ପ ଆରମ୍ଭ ପୁର୍ବରୁ ଏଠାକାର ଲୋକଙ୍କ ସହ ପ୍ରଶାସନ ଆଲୋଚନା କରିବା କଥା । ତେବେ ସାତକୋଶିଆରେ ଆଉ ବ୍ୟାଘ୍ର ପ୍ରକଳ୍ପ କଥା ଚିନ୍ତା ନକରନ୍ତୁ ବୋଲି କହିଛନ୍ତି ଶାତକୋଶିଆବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ! 🔴 ଆଜିଠୁ ସଂସଦର ମୌସୁମୀ ଅଧିବେଶନ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ! 🔴 ଆଜିଠୁ ସଂସଦର ମୌସୁମୀ ଅଧିବେଶନ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା